ବିଜେପି ସରକାରର ଜନବିରୋଧୀ ନୀତିରେ ଜନତା ଅତିଷ୍ଠ ହୋଇଗଲେଣି:ବିଜେଡି

ଭୁବନେଶ୍ବର :କଥା କୁହା ବିଜେପି ସରକାରର ଜନବିରୋଧୀ ନୀତିରେ ଜନତା ଅତିଷ୍ଠ ହୋଇଗଲେଣି। ଆଗକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ମିଶି ବିଜେଡିକୁ ଆହୁରି ଶକ୍ତିଶାଳୀ କରିବେ। ତଳସ୍ତରରୁ ସାଙ୍ଗଠନିକ କାର୍ୟ୍ୟକ୍ରମ ସଜାଡିବା ସହ କାର୍ୟ୍ୟକାର୍ତ୍ତାଙ୍କୁ ଭେଟି ଅଗାମୀ ଦିନ ପାଇଁ ନବୀନ ରୋଡମ୍ୟାପ୍‌ ପସ୍ତୁତ କରିବେ। ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି। ସୋମବାର ଗାନ୍ଧୀମାର୍ଗ ଜନ ସମୁଦ୍ର ପାଲଟି ଥିଲା। ଯାହା ଏକ ଟ୍ରେଲର ଥିଲା। ବିଜେପି ସରକାରର ଜନବିରୋଧୀ ନୀତିରେ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି। ଯାହା ଫଳରେ ହଜାର ହଜାର ଜନତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତାଙ୍କ ନେତା ନବୀନ ପଟ୍ଟନାୟକଙ୍କୁ ସହ ଗଣବିକ୍ଷୋଭ ସମାବେଶରେ ସାମିଲ ହେବାପାଇଁ ଆସିଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ମାଧବ ଧଡ଼ା।

ମଙ୍ଗଳବାର ଗଣମାଧ୍ୟମକୁ ଏକ ବିବୃତ୍ତିରେ ସୋର ବିଧାୟକ ମାଧବ ଧଡ଼ା କହିଛନ୍ତି ସୋମବାର ଆମେ ଟ୍ରେଲର ଦେଖେଇଲୁ ଆଗକୁ ଫିଲ୍ମ ବାକି ଅଛି । ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି । ଗତକାଲି ଗାନ୍ଧୀ ମାର୍ଗ ଜନ ସମୁଦ୍ର ପାଲଟି ଥିଲା । ଆଗକୁ ସବୁ ଜିଲ୍ଲାକୁ ଯିବେ ନବୀନ । ଦଳ ଆହୁରି ସଂଗଠିତ ହେବ । ତଳ ସ୍ତରରେ କାର୍ୟ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି ହୋଇ ଲଢ଼ିବାକୁ ଶକ୍ତି ଦେବ।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ