ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ: ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ। ୨୦୨୪ ଜୁନ୍ ୪ରେ ନବୀନଙ୍କ ଦୀର୍ଘ ୨୪ ବର୍ଷର ଅପରାଜେୟ ଯାତ୍ରାରେ ବିରାମ ଲଗାଇ, ଓଡ଼ିଶାରେ ପ୍ରଥମ ଥର ଏକାକୀ ସରକାର ଗଢିଥିଲା ବିଜେପି। ବିଜୟର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ମୋହନ ଲେଖିଛନ୍ତି ଯେ, ଆଜି ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଆପଣଙ୍କର ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ମୋହନ ଲେଖିଛନ୍ତି ଯେ, ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି। ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ୟ୍ୟ କରୁଛି। ଆପଣଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ଆମ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବା ଏବଂ ବିକାଶ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ‘ବିକଶିତ ଭାରତ’ ସହିତ ‘ସମୃଦ୍ଧ ଓଡ଼ିଶା’ ଗଠନର ଏହି ମହାଯଜ୍ଞରେ ସାମିଲ ହୋଇ ଆମ ପ୍ରିୟ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା। ବନ୍ଦେ ଉତ୍କଳ ଜନନୀ।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ