ବିଜେପିର କିଏ ହେବ ରାଜ୍ୟ ମୁଖିଆ?

ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର । ନୂଆବର୍ଷରେ ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଶେଷ ହେବାକୁ ଯାଉଛି । ଦଳର ପରବର୍ତ୍ତୀ ରାଜ୍ୟ ସଭାପତି କିଏ? ବିଜେପି ଦଳ ସହ ରାଜ୍ୟ ରାଜନୀତି ପାଇଁ ଏହା ଏବେ ବଡ଼ ପ୍ରଶ୍ନ । କେନ୍ଦ୍ରୀୟ ହାଇକମାଣ୍ଡ କାହାମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତା’କୁ ସାରା ରାଜ୍ୟର ବିଜେପି ନେତା ଓ କର୍ମୀମାନେ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସଭାପତି ମନମୋହନ ସାମଲଙ୍କ ପରେ କିଏ ଦଳର ମଙ୍ଗ ଧରିବ ତା’କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।
ବିଜେପିର କିଏ ହେବ ରାଜ୍ୟ ମୁଖିଆ? ଏହି ରେସରେ ବିଭିନ୍ନ ନେତା ଥିବା ଚର୍ଚ୍ଚା ହେଉଛି । ମାତ୍ର ସବୁକିଛି ନିର୍ଭର କରୁଛି କେନ୍ଦ୍ରୀୟ ନେତୃତ୍ୱ ଉପରେ । ବିଜେପିର ସୂତ୍ର କହୁଛି, ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶା ବିଜେପି ନୂଆ ସଭାପତି ପାଇବ । ଏଥିପାଇଁ ଦିଲ୍ଲୀରେ ବିଜେପି କୋର କମିଟିର ଦୁଇଥର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଲାଣି ।

ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ଦୀର୍ଘମିଆଦି ଭିତ୍ତିରେ ରାଜ୍ୟରେ କ୍ଷମତାରେ ରହିବାକୁ କେନ୍ଦ୍ରୀୟ ବିଜେପି ସାଂଗଠନିକ ବିସ୍ତାରକୁ ଗୁରୁତ୍ୱ ଦେଉଛି । ବୁଥ୍‌ସ୍ତରରୁ ସଂଗଠନକୁ ବଳୁଆ କରିବାକୁ ମଧ୍ୟ ଦଳ ଯୋଜନା କରୁଛି । ସଂଗଠନ ଓ ସରକାର ସମନ୍ୱୟ ରକ୍ଷା କରି ଚାଲିବାକୁ ନୂଆଦିଲ୍ଲୀରୁ ନିର୍ଦ୍ଦେଶ ଜାରି ହୋଇଛି । ଦଳର ସଭାପତି ପଦ ଉପରେ ଏବେ ବହୁ ନେତା ଆଖି ପକାଇଛନ୍ତି । ଦଳରେ କିନ୍ତୁ ୨/୩ଟି ଗୋଷ୍ଠୀ ନିଜ ସପକ୍ଷରେ ଲବି କରୁଛନ୍ତି । ମାତ୍ର ହାଇକମାଣ୍ଡ କାହାକୁ ଆଶୀର୍ବାଦ କରିବେ ତାହା ଏଯାଏଁ ଅସ୍ପଷ୍ଟ ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି