ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ମାଡ, ଥାନାରେ ଏତଲା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଭିତରେ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପିପିଲି ପଦା ପଡି଼ଆରେ ଭୋଜିଭାତ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀର କିଛି ସମର୍ଥକ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ।ଏବିଭିପି ପକ୍ଷରୁ ପଦା ପଡି଼ଆରେ ସକାଳୁ ଭୋଜିଭାତର ଆୟୋଜନ ଚାଲିଥିଲା । ଅପରାହ୍ଣ ୧ଟାରେ କିଛି ସମର୍ଥକଙ୍କ ସହ ଆର୍ଯ୍ୟନ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଅନନ୍ଦିତା ମିଶ୍ର ଓ ଉପ-ସଭାପତି ପ୍ରାର୍ଥୀ ଜ୍ୟୋର୍ତିମୟୀ ପାଣିଗ୍ରାହୀ ସେଠାରେ ପହଞ୍ଚିଲେ । ଚାଲିଲା । ଠିକ୍ ଏତିକିବେଳେ ୧୦-୧୨ଟି ବାଇକ୍ ଓ ଗୋଟିଏ କାର ପଡି଼ଆ ଭିତରକୁ ପଶିଲା । ଏବିଭିପିର କେହି ସମର୍ଥକ ହୋଇଥିବେ ଭାବି ଆର୍ଯ୍ୟନ ଓ ଉପସ୍ଥିତ ଛାତ୍ରମାନେ ସେତେଟା ଧ୍ୟାନ ଦେଲେନି । ଅପରଗୋଷ୍ଠୀର ସମର୍ଥକମାନେ ବାଇକରୁ ଭୁସ୍‌ଭାସ୍ ଓହ୍ଲାଇଲେ । କାର ଡିକିରୁ ହକି ଷ୍ଟିକ୍, ବ୍ୟାଟ୍ ଓ ବାଉଁଶ ଫାଳିଆ କାଢ଼ି ଆର୍ଯ୍ୟନଙ୍କ ଉପରେ ଝାମ୍ପି ପଡି଼ଲେ । ନିର୍ଧୁମ ପିଟିଚାଲିଲେ । ଆକ୍ରମଣରେ ଆଉ ଜଣେ ଛାତ୍ର ମଧ୍ୟ ଆହତ ହୋଇଥିଲେ । ଆର୍ଯ୍ୟନ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଥାନାକୁ ଯାଇ ଏତଲା ଦେଇଥିଲେ ।
ପୁଲିସ ମାମଲା (୬୩୨/୨୬) ରୁଜୁ କରି ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ଭୋଜିରେ ଉପସ୍ଥିତ ଛାତ୍ରଙ୍କୁ ପଚରାଉଚରା ଚଳାଇଛି । ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ପକ୍ଷରୁ ୨ଟି ଟିମ୍ ଗଢାଯାଇଛି । ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତାରୁ ପଦା ପଡି଼ଆକୁ ଦୁର୍ବୃତ୍ତ ପଶିବା ବେଳର ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି । ପୁଲିସ ଏହି ମାମଲାରେ ପିପିଲି ଅଞ୍ଚଳର ଜଣେ ଯୁବକକୁ ଥାନାରେ ଅଟକ ରଖିଛି । ସେ ଜଣେ ଅଣଛାତ୍ର ବୋଲି ପୁଲିସ ସୂଚନା ଦେଇଛି । ତା’ ତଥ୍ୟ ଆଧାରରେ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି । ଆଜି ରାତିରେ ପୁଲିସ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନୀରେ ରହୁଥିବା ଜଣେ ଛାତ୍ରନେତାଙ୍କୁ ପୁଲିସ ଉଠାଇ ନେଇ ଥାନାରେ ପଚରାଉଚରା କରୁଛି।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ