ଭୁବନେଶ୍ୱର:ଥାଲାପତି ବିଜୟଙ୍କ ସିନେମା ଗୋଟର ଗୋଟିଏ ଦୃଶ୍ୟ ଏବେ ଚାରିଆଡେ ଚହଳ ପକେଇଛି । ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଥିବା ଏହି ଦୃଶ୍ୟରେ ଥାଲାପତି ବିଜୟ ଗୋଟିଏ କାର ଚଳାଉଛନ୍ତି, ଏହି କାରର ନମ୍ବର ପ୍ଲେଟ୍ ହିଁ ସାଜିଛି ଆକର୍ଷଣର କେନ୍ଦ୍ର । ଗୋଟ୍ ସିନେମାରେ ବିଜୟ ଚଳାଉଥିବା କାରର ନମ୍ବର ପ୍ଲେଟ୍ରେ ଲେଖାହୋଇଛି ଟିଏନ୍ ଜିରୋ ସେଭେନ୍ ସିଏମ୍ ଟୁଥାଉଜେଣ୍ଡ ଟ୍ୱେଣ୍ଟି ସିକ୍ସ । ଆସନ୍ତା ୭ ତାରିଖରେ ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏଭଳି ନମ୍ବର ପ୍ଲେଟ୍କୁ ଫ୍ୟାନ୍ ମାନେ ଟିଏନ୍: ତାମିଲନାଡୁ ଜିରୋ ସେଭେନ୍: ସାତ ତାରିଖ, ସିଏମ୍ ମାନେ ଚିଫ୍ ମିନିଷ୍ଟର ଓ ୨୦୨୬ ମସିହା ସହିତ ଯୋଡୁଛନ୍ତି, ଏହା ଏକ ସଂଯୋଗ ନା ୨୦୨୪ ମସିହାରୁ ହିଁ ବିଜୟଙ୍କୁ ପୂର୍ବାଭାସ ଥିଲା ଯେ, ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନେକ ଚର୍ଚ୍ଚା ହେଉଛି ।
ନାନା ପାଟେକରଙ୍କ ଦେହାନ୍ତ
୭୫ ବର୍ଷ ବୟସରେ ହୃଦ୍ଘାତରେ ବରିଷ୍ଠ ଅଭିନେତା ନାନା ପାଟେକର ମୃତ୍ୟୁବରଣ କରିଛନ୍ତି । ହିନ୍ଦୀ ଏବଂ ମରାଠୀ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନାନା ପାଟେକର ନିଜ ଗୋଆ ସ୍ଥିତ ଘରେ ଥିବାବେଳେ ହୃଦ୍ଘାତର ଶିକାର ହୋଇଥିଲେ ତାଙ୍କୁ ୪୫…






