ଭୁବନେଶ୍ବର:ଏକଦା ନିଜ ସିନେମା କ୍ୟାରିଅରରୁ ଅବସର ଘୋଷଣା କରିବା ସମୟରେ ବିଜୟ କହିଥିଲେ , ଅଧାହୃଦୟରେ ମୁଁ ରାଜନୀତି କରିପାରିବି ନାହିଁ ସେଥିପାଇଁ ମୁଁ ସିନେମାରୁ ଅବସର ଗ୍ରହଣ କରୁଛି । କିନ୍ତୁ ତାଙ୍କର ଜନନାୟଗନ୍ ସିନେମାକୁ ସେନ୍ସର ବୋର୍ଡ ଅଟକାଇ ଦେଲେ, ହେଲେ ଥାଲାପତି ବିଜୟ ରାଜନୀତି ଫିଲ୍ଡରେ ବି ପ୍ରମାଣିତ କଲେ ଯେ ସେ କେବଳ ଜଣେ ବ୍ୟକ୍ତି ନୁହଁନ୍ତି-ସୁନାମୀ; ସୁନାମୀକୁ ଅଟକାଯାଇପାରିବ ନାହିଁ ।
ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ, ଜଳକା କରିଲା ଭଳି ସଫଳତା ପାଇଲେ। ମାତ୍ର ୨ ବର୍ଷ ତଳେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିବା ଦଳର ସଭାପତି ଭାବେ ଥାଲାପତି ବିଜୟ ହେବାକୁ ଯାଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ । କୌଣସି ସିନେମା ଠାରୁ କମ୍ ଭଳି ଲାଗୁନାହିଁ ଥାଲାପତି ବିଜୟଙ୍କର ଏହି ରାଜନୈତିକ ଯାତ୍ରା । ଏମ୍ କେ ଷ୍ଟାଲିନ୍ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୨୩୪ ସିଟ୍ ଥିବା ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିଜୟଙ୍କ ଦଳରେ ୧୦୮ ଜଣ ବିଧାୟକ ଥିବାବେଳେ କଂଗ୍ରେସ ଦଳର ୫ ଜଣ ବିଧାୟକ ମଧ୍ୟ ବିଜୟଙ୍କୁ ସମର୍ଥନ କରିବେ ବୋଲି କେ.ସି. ଭେନୁଗୋପାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଟିଭିକେ ସଭାପତି କଂଗ୍ରେସକୁ ତାମିଲନାଡୁରେ ଏକ ସେକ୍ୟୁଲାର ସରକାର ଗଢ଼ିବା ପାଇଁ ସମର୍ଥନ ମାଗିଥିଲେ ଏବଂ ତାମିଲନାଡୁରେ କଂଗ୍ରେସ ଟିଭିକେକୁ ସମର୍ଥନ କରିବ ବାକି ଆଉ ୫ଟି ସମର୍ଥନ ଯୋଗାଡ କରିବାରେ ବିଜୟ ସଫଳ ହୋଇଛନ୍ତି । ଆଜି ରାତିରେ ବିଜୟ ତାମିଲନାଡୁ ଗଭର୍ଣ୍ଣରଙ୍କୁ ଭେଟି ସରକାର ଗଢ଼ିବା ପାଇଁ ନିବେଦନ କରିଛନ୍ତି ।
ମହିଳାମାନେ ପସନ୍ଦ କରୁଥିବା ପୁରୁଷ
– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…








