ବିଜୟଙ୍କ ନିର୍ବାଚନ ରାଲି ରଦ୍ଦ

ଚେନ୍ନଇ: ଜୁଡ୍ଡାଲୋର ଜିଲାରେ ହେବାକୁ ଥିବା ନିର୍ବାଚନ ରାଲିକୁ ସୁରକ୍ଷା ଦୃଷ୍ଟିରୁ ରଦ୍ଦ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଜୟ। ଦ୍ବିପ୍ରହର ୨ଟାରେ ଏହି ନିର୍ବାଚନ ରାଲି କାର୍ୟ୍ୟକ୍ରମ ଥିବାବେଳେ ଜିଲାର ଅନେକ ସ୍ଥାନରେ ପ୍ରଚାର କାର୍ୟ୍ୟକ୍ରମ ନିର୍ଦ୍ଧାରିତ ଥିଲା। ଏହି ରାଲିକୁ ପୂର୍ବରୁ ମଧ୍ୟ ସ୍ଥଗିତ କରାଯାଇଥିଲା।

ସାରା ରାଜ୍ୟରେ ରାଜନୈତିକ ଦଳ ନିଜ ପ୍ରଚାରକୁ ଜୋରଦାର କରିଥିବାବେଳେ ବିଜୟ ନିଜ ପ୍ରଚାର କାର୍ୟ୍ୟକ୍ରମକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଭିକେ ପ୍ରମୁଖ ବିଜୟ ନିଜ ପ୍ରଥମ ନିର୍ବାଚନ ଲଢୁଛନ୍ତି। ଗତ କିଛି ଦିନ ହେବ ସେ ରାଜ୍ୟର ଅନେକ ଜିଲାକୁ ଲଗାତାର ପ୍ରଚାର କରିବାକୁ ଯାଉଛନ୍ତି। ସେ ପେରାମ୍ବୁରରୁ ନିଜ ପ୍ରଥମ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ସେ ତିରୁଚିରାପଲ୍ଲୀ, ତିରୁନେଭେଲୀ, ଥୁଥୁକୁଡି ଓ କରାଇକୁଡିରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ପ୍ରଚାର ସମୟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। କୁଡ୍ଡାଲୋର ଜିଲାରେ ୪ ସ୍ଥାନରେ ରାଲି ପାଇଁ ଦଳ ଅନୁମତି ମାଗିଥିଲା। ପୁଲିସ କିଛି ସର୍ତ୍ତରେ ରାଲି ପାଇଁ ଅନୁମତି ଦେଇଥିଲା। ତେବେ କାର୍ୟ୍ୟକ୍ରମ ଅଚାନକ ରଦ୍ଦ ହୋଇଥିଲା। ଏହା ପରେ ବିଜୟ ପୁଣି ଶନିବାର ଅନୁମତି ମାଗିଥିଲେ। ପୁଲିସ ଏଥର ୨୧ ସର୍ତ୍ତରେ ରାଲିକୁ ଅନୁମତି ଦେଇଥିଲା। ରାଲି ଦ୍ବିପ୍ରହର ୨ଟାରେ ହୋଇଥାନ୍ତା। କୁହାଯାଉଛି କି ନିକଟରେ ବିଜୟଙ୍କ କିଛି ଜିଲା ଗସ୍ତ ସମୟରେ ଏକ ଛୋଟ ଦୁର୍ଘଟଣା ହୋଇଥିଲା। ଏହା ପରେ ସେ ପ୍ରଚାର କାର୍ୟ୍ୟକ୍ରମ ରଦ୍ଦ କରିଥିବା ଆଲୋଚନା ହେଉଛି।

  • Related Posts

    କଂଗ୍ରେସ ଅଧ୍ୟକ୍ଷଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମଙ୍ଗଳବାର ସେ ତାମିଲନାଡୁ ନିର୍ବାଚନ ପାଇଁ କରୁଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ପ୍ରୟୋଗ କରିଥିଲେ। ଯଦିଓ ସେ ଏହା…

    Continue reading
    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର