ବିପଦ ସଙ୍କେତ ଉପରେ ବୈତରଣୀ, କେନ୍ଦୁଝରରେ ବନ୍ୟା ଆଶଙ୍କା

କେନ୍ଦୁଝର : କେନ୍ଦୁଝରରେ ବନ୍ୟା ଆଶଙ୍କା। ଦୁଇ ଦିନର ଲଗାଣ ବର୍ଷାରେ ବଢିଛି ବିଭିନ୍ନ ନଦୀର ଜଳସ୍ତର। ପାଟଣାରେ ବିପଦ ସଙ୍କେତ ଉପରେ ବୋହୁଛି ବୈତରଣୀ। ଜଳସ୍ତର ବଢିବାରେ ଲାଗିଛି। ବୈତରଣୀ ଆନନ୍ଦପୁର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ରିଙ୍ଗ ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ସ୍ଥାନରେ ମରାମତିରେ ବିଳମ୍ବ ଯୋଗୁ ପୁଣି ସେଠାରେ ପାଣି ପଶିବା ଆରମ୍ଭ ହୋଇଛି।

ଯୋଡା ଚମ୍ପୁଆ ଓ ଆନନ୍ଦପୁର ଅଞ୍ଚଳରେ ମଧ୍ୟ ବଢ଼ିଛି ଜଳସ୍ତର। ସ୍ଥିତିକୁ ଦେଖି ସଜାଗ ରହିଛି ପ୍ରଶାସନ। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବନ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି। ଯୋଡ଼ା ପୌରାଞ୍ଚଳରେ ପଶିଛି ସୁନା ନଦୀ ପାଣି। ସହରର ବିଭିନ୍ନ ଅଞ୍ଚଳ ଜଳ ମଗ୍ନ ହୋଇଛି।

ନଦୀ କୂଳ ମାର୍କେଟ ଅଞ୍ଚଳ, ମହିଳା ମହାବିଦ୍ୟାଳୟ ପାଖ ଅଞ୍ଚଳ, ବାଚୁ ହଟିଂ ଭଳି ଅଞ୍ଚଳରେ ରାସ୍ତା ଉପରେ ଚାଲିଛି ବନ୍ୟା ପାଣି।ବଡ଼ବିଲର ବିଭିନ୍ନ ୱାର୍ଡରେ ବି ଜମିଛି ପାଣି । ଭଦ୍ରାସାହି ରାସ୍ତାର ସେରେଣ୍ଡା ନିକଟରେ ରାଜ୍ୟ ରାଜପଥ ଉପରେ ଲହଡ଼ି ମାରୁଛି ପାଣି।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ