ବିବାହ ବନ୍ଧନରେ ବାନ୍ଧି ହେଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହୋଇଛି। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିଥିଲେ।

ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ୟ୍ୟ କରୁଥିଲେ। ପରେ ୨୦୨୩ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ୟ୍ୟ ହୋଇ ଏବେ ତାଲିମ ନେଉଛନ୍ତି । ସାରଦା(୪୮) ଆଉ ବିବାହ କରିବେ ନାହିଁ ବୋଲି ମାହାଙ୍ଗାରେ ଆଲୋଚନା ହେଉଥିଲା। ହେଲେ ରବିବାର ୨୭ବର୍ଷୀୟା ଓଏଏସ୍‌ ସିପ୍ରାଙ୍କ ହାତ ଧରିଛନ୍ତି।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ