ବିଭିନ୍ନ ବିଭାଗର ବ୍ୟୟ ଓ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୪।୦୫।୨୬: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅର୍ଥ ବିଭାଗ ପକ୍ଷରୁ ଗତ ଅପ୍ରେଲ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ବ୍ୟୟ ସମେତ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର, ସାମାଜିକ, କୃଷି ଓ ଉଦୀୟମାନ କ୍ଷେତ୍ରରେ ବ୍ୟୟ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ୟ୍ୟ ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ୍ ରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ୟ୍ୟକ୍ରମ ଘୋଷଣା କରାଯାଇଛି, ତାହାକୁ ଅଗ୍ରାଧିକାର ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ବିଭିନ୍ନ ବିଭାଗ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ପର୍ୟ୍ୟବେକ୍ଷଣ ସଂପର୍କିତ ପତ୍ର (ୟୁଓଆଇ ନୋଟ)ର କାର୍ୟ୍ୟାନୁଷ୍ଠାନ ସଂପର୍କରେ ସମୀକ୍ଷା କରାଯାଇ ଉତ୍ତର ଅପେକ୍ଷାରେ ଥିବା ବିଭାଗମାନଙ୍କୁ ଶୀଘ୍ର ଅନୁପାଳନ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳଜୀବନ ମିଶନ-୨.୦ ମାଧ୍ୟମରେ ନିରନ୍ତର ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ସଂପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଉପସ୍ଥାପନ କରିଥିଲେ ।

  • Related Posts

    “ଓଡ଼ିଶା ଭିଜନ” ଲକ୍ଷ୍ୟରେ ଗଞ୍ଜାମର ୨୫ ଟି ପ୍ରମୁଖ ପଦକ୍ଷେପ

    ଭୁବନେଶ୍ୱର,୧୪।୦୫।୨୬: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. “ଓଡ଼ିଶା ଭିଜନ” ଲକ୍ଷ୍ୟ ନେଇ ଜିଲ୍ଲାର ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଏକ…

    Continue reading
    ପୋଲିସ ଇନୋଭେଟିଭ୍ ଢଙ୍ଗରେ ଅପରାଧ ନିୟନ୍ତ୍ରଣ କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୧୪।୦୫।୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପିମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସମୟରେ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ