ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଢାକା: ସ୍କୁଲ ଉପରେ ବିମାନ ଖସିପଡିବା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୭ରେ ପହଞ୍ଚିଲା ଢାକା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଭିତରେ ଅଧିକାଂଶ ପିଲା ରହିଛନ୍ତି । ତେବେ ଗତକାଲି ବାଂଲାଦେଶ ବାୟୁସେନାର ତାଲିମ ବିମାନ ଅପରାହ୍ନ ୧ଟା ୧୦ ସମୟରେ ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍ ସ୍କୁଲ ଆଣ୍ଡ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବିମାନଟି ଖସିପଡିଥିଲା, ଯେଉଁ ସ୍କୁଲରେ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଦୁର୍ଘଟଣା ସ୍ଥଳରୁ ନିଆଁ ଓ କଳା ଧୂଆଁ ଉଠୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି, ବିମାନଟି ସ୍କୁଲର ଗେଟ୍ ନିକଟରେ ପଡି ନିଆଁ ଲାଗିଯାଇଥିଲା । ଆହତଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ପରେ ବାଂଲାଦେଶ ସେନା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ । ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏହି ଘଟଣାକୁ ଦୁଃଖର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ତେବେ ତାଲିମ ନେଉଥିବା ବିମାନଟି ଚୀନ୍-ନିର୍ମିତ ଏଫ-୭ ଜେଟ୍ । ଦୁର୍ଘଟଣାସ୍ଥଳରୁ ଧୂଆଁ ଉଠିବା ସହିତ, ପରିବାରର ଲୋକେ ସ୍କୁଲ ଫାଟକ ବାହାରେ ଏକାଠି ହୋଇଥିଲେ, କେତେକ ପ୍ରାର୍ଥନା କରୁଥିଲେ, କେତେକ କାନ୍ଦୁଥିଲେ ଏବଂ ଅନେକ ସାହାଯ୍ୟ ପାଇଁ ନିବେଦନ କରୁଥିଲେ । ପ୍ରାଥମିକ ପର୍ୟ୍ୟାୟରେ ସ୍କୁଲ ପରିସରରୁ ୧୯ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଇତି ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

  • Related Posts

    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading
    ଜିମ୍ବାୱେରେ  ଡଙ୍ଗା ବୁଡ଼ିଲା; ୧୫  ମୃତ

    ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ