ବିରୋଧୀଙ୍କ ଅନାସ୍ଥା ପ୍ରସଙ୍ଗରେ ଏହା କହିଲେ ସୁରେଶ ପୂଜାରୀ

ଭୁବନେଶ୍ୱର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି । ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ । ବିରୋଧୀ ଅନାସ୍ଥା ଆଣିପାରିବେ, କିନ୍ତୁ ହୋମୱାର୍କ କରି ଆସନ୍ତୁ । ବିଜେଡି ଓ କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ । ଆମେ ଗୋଟିଏ ବର୍ଷର ହିସାବ ଦେବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ବୁଧବାର ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ପିସିସି ସଭାପତି ଭକ୍ତ ଦାସ ରଣହୁଙ୍କାର ଦେଇଥିଲେ । ପିସିସି ସଭାପତି କହିଥିଲେ, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଆଣୁ ଅନାସ୍ଥା ପ୍ରସ୍ତାବ ଆମେ ତାକୁ ସମର୍ଥନ କରିବୁ । ବିଜେଡି ମୁଖ୍ୟ ବିରୋଧୀ ଦଳ, ତାଙ୍କ ପାଖରେ ସଂଖ୍ୟା ରହିଛି । ସେମାନେ ଯଦି ପ୍ରକୃତରେ ସରକାରକୁ ହଟାଇବାକୁ ଚାହୁଁଛନ୍ତି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି ଭକ୍ତ ଦାସ କହିଥିଲେ ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଓଡ଼ିଶାରେ କଂଗ୍ରେସର ୫୧ଜଣ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ। ନାରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି। ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଏଥି ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ସେମାନେ ହୃଦୟର ସହ ଏହି ଲଢ଼େଇ ଲଢ଼ୁଛନ୍ତି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଯଦି ରାଜ୍ୟର ନାରୀଙ୍କୁ ପ୍ରକୃତରେ ବିଜେଡି ନ୍ୟାୟ ଦେବାକୁ ଚାହୁଁଥାଏ ତା’ହେଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ। କଂଗ୍ରେସ ଏହାକୁ ସମର୍ଥନ କରିବ। ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ, ବିଜେଡି ଏହାକୁ ସମର୍ଥନ ଦେଉ। ବିଜେଡି ଯଦି କିଛି କରିବ ନାହିଁ, ତା’ହାଲେ ନାରୀଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ଏଭଳି ମୂଲ୍ୟହୀନ ପ୍ରହସନ ବନ୍ଦ କରୁ।

ଶ୍ରୀ ଦାସଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ଉପସଭାପତି ଦେବୀ ମିଶ୍ର କହିଥିଲେ ଯେ ୧୩ ମାସରେ ସରକାରଙ୍କ ଉପରୁ ଜନସାଧାରଣଙ୍କ ଆସ୍ଥା କମି କମି ଯାଉଥିବା ପ୍ରତିଫଳିତ ହେଲାଣି। ବିଜେଡି ଦାୟିତ୍ବବାନ ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ସ୍ବରକୁ ଉଠାଉଛି। ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଦଳର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୁଏ। ବିଧାନସଭା ଅଧିବେଶନ ନେଇ ବିଜ୍ଞପ୍ତି ଜାରି ହେଉ। ତା’ପରେ ଏହି ପ୍ରସଙ୍ଗରେ ମତ ଦେବା ଠିକ୍ ହେବ।

  • Related Posts

    ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

    ବରଗଡ଼ : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ…

    Continue reading
    ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

    ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ