ବାଲେଶ୍ବର ପୀଡ଼ିତାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ବାଲେଶ୍ବର ଏଫ୍ଏମ୍‌ କଲେଜ ପୀଡ଼ିତାଙ୍କ ଏକଦଶାହ ଅବସରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ କଠୋର ଦଣ୍ଡ ଦାବି କରାଯାଇଛି।ବାଲେଶ୍ଵର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁର ଏକଦଶାହ ଶୋକ ପାଳନ କରିବା ସାଙ୍ଗକୁ ଗୁରୁବାର ଉତ୍କଳ ବିଶ୍ଵବିଦ୍ୟାଳୟ ଫାଟକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା। ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଛାତ୍ର ନେତା ସୌମ୍ୟ ବରାଳ, କଂଗ୍ରେସ ନେତାଳ ବାଣୀବିହାରର ଛାତ୍ରମାନେ ଓ ସମର୍ଥକ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ପୀଡ଼ିତାଙ୍କୁ ରାଜ୍ୟର ପ୍ରତି ବ୍ଲକ୍‌ରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ନାରୀ ସୁରକ୍ଷା କାର୍ୟ୍ୟକ୍ରମର ଗୁରୁବାର ଶୁଭାରମ୍ଭ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ତେବେ ପୋଷ୍ଟର ରାଜନୀତି ତେଜିଛି । ବାଣୀବିହାର ଫାଟକ ସମ୍ମୁଖରେ ଲାଗିଥିବା ଏକ ପୋଷ୍ଟରକୁ କେହି ଜଣେ ଚିରିଦେଇଥିବା ବାଣୀବିହାର ଛାତ୍ରମାନେ ଅଭିଯୋଗ କରିଛନ୍ତି । ତେବେ ପାଖରେ ଲାଗିଥିବା ଏବିଭିପିର ପୋଷ୍ଟର ସୁରକ୍ଷିତ ରହିଛି।ପୀଡ଼ିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କଂଗ୍ରେସ ଲଗାଇଥିବା ପୋଷ୍ଟର କିଏ ଚିରିଲା ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ବୋଲି ବାଣୀବିହାରର ଛାତ୍ରମାନେ ଦାବି କରିଛନ୍ତି।ସିସିଟିଭି ଭିଜୁଆଲ ଯାଞ୍ଚ୍ ହେବା ସାଙ୍ଗକୁ ଏଭଳି ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତିଙ୍କୁ ଯଦି ଗିରଫ ନକରାଯାଏ ତେବେ ଡିସିପି ଅଫିସକୁ ଯିବା ପାଇଁ ବାଣୀବିହାର ଏନଏସୟୁଆଇ ଛାତ୍ର ସଂଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ