ନୂଆଦିଲ୍ଲୀ: ଗୁଜୁରାଟ ଭଦୋଦରାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ମୋଦୀ ତତ୍ତ୍ୱ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେବଳ ସମାଜଶାସ୍ତ୍ର ନୁହେଁ , ବରଂ “ମୋଦୀ ତତ୍ତ୍ୱ” ଏବଂ ଆରଏସ୍ଏସ୍ର ବିଚାରଧାରା ମଧ୍ୟ ଅଧ୍ୟୟନ କରିବେ। ବିଶ୍ୱବିଦ୍ୟାଳୟର କଳା ବିଭାଗର ସମାଜଶାସ୍ତ୍ର ବିଭାଗ ଏହାର ପାଠ୍ୟକ୍ରମରେ ୪ଟି ନୂତନ ବିଷୟ ଯୋଡିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀମାନଙ୍କୁ ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଉତ୍ଥାନ ଏବଂ ସଂଗଠନର କାର୍ଯ୍ୟଧାରା ବିଷୟରେ ବିସ୍ତୃତ ଭାବରେ ଶିକ୍ଷା ଦିଆଯିବ। ଦ୍ୱିତୀୟ ସର୍ବାଧିକ ଚର୍ଚ୍ଚିତ ବିଷୟ ହେଉଛି “ମୋଦୀ ତତ୍ତ୍ୱ”। ଏହି ପାଠ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ , ଦକ୍ଷତା ଏବଂ ତାଙ୍କର କାର୍ଯ୍ୟନୀତି ନେଇ ପାଠ ପଢାଯିବ। ଛାତ୍ରମାନଙ୍କୁ ବୀର ସାଭରକରଙ୍କ ରାଜନୈତିକ ଦର୍ଶନ, ମହାରାଜା ସୟାଜୀରାଓ ଗାଏକୱାଡଙ୍କ ସଂସ୍କାର ଏବଂ ଜାତୀୟତାର ସମାଜତାତ୍ତ୍ୱିକ ବୁଝାମଣା ଭଳି ବିଷୟ ମଧ୍ୟ ଶିକ୍ଷା ଦିଆଯିବ।
ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ
କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍…






