ବିଶ୍ୱରେ କେବେ କେଉଁଠି ପାଳନ ହୁଏ ଶ୍ରମିକ ଦିବସ

ଭୁବନେଶ୍ବର: ଭାରତରେ ଶ୍ରମିକ ଦିବସ ପାଳନ କରିବାର ପରମ୍ପରା ପ୍ରାୟ ଏକ ଶତାବ୍ଦୀ ପୁରୁଣା। ଦେଶରେ ପ୍ରଥମ କରି ୧ ମଇ, ୧୯୨୩ ରେ ଚେନ୍ନାଇ ଠାରେ ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ ଦ୍ୱାରା ପାଳିତ ହୋଇଥିଲା ଶ୍ରମିକ ଦିବସ । ସେହି ସମୟରେ ପ୍ରଥମ କରି ‘ଲାଲ୍ ପତାକା’ ବ୍ୟବହାର କରାଯାଇଥିଲା, ଯାହା ଶ୍ରମିକଙ୍କ ସଂଘର୍ଷ ଏବଂ ଏକତାର ପ୍ରତୀକ ପାଲଟିଥିଲା। ସାରା ବିଶ୍ୱରେ ଏହି ଦିବସର ଆରମ୍ଭ ୧୯ଶ ଶତାବ୍ଦୀର ଶେଷ ଭାଗରେ ଆମେରିକାର ଶିକାଗୋରେ ହୋଇଥିବା ‘ହେମାର୍କେଟ’ ଘଟଣାରୁ ହୋଇଥିଲା, ଯେଉଁଠାରେ ଶ୍ରମିକମାନେ କାମର ସମୟକୁ ୧୫ ଘଣ୍ଟାରୁ କମାଇ ୮ ଘଣ୍ଟା କରିବା ଦାବିରେ ଆନ୍ଦୋଳନ କରିଥିଲେ।
ଭାରତ ସମେତ ବିଶ୍ୱର ପ୍ରାୟ ୮୦ରୁ ଅଧିକ ଦେଶରେ ଶ୍ରମିକ ଦିବସ ୧ ମଇରେ ହିଁ ପାଳନ କରାଯାଏ। ଆମେରିକା ଓ କାନାଡାରେ ଲେବର ଡେ ସେପ୍ଟେମ୍ବର ମାସର ପ୍ରଥମ ସୋମବାର ଦିନ ପାଳନ କରାଯାଏ। ଅଷ୍ଟ୍ରେଲିଆରେ ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଏ, ଯାହା ମୁଖ୍ୟତଃ ମାର୍ଚ୍ଚ କିମ୍ବା ଅକ୍ଟୋବରରେ ପଡ଼ିଥାଏ। ତେବେ ଭାରତ ଭଳି ଚୀନ୍ ରେ ୧ ମଇରେ ପାଳନ କରାଯାଏ ଶ୍ରମିକ ଦିବସ ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ