ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଦôକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ସିବିଆଇ ଶନିବାର ଜେରା କରିଛନ୍ତି । ଜେରା କରିବା ପରେ ସିବିଆଇ ଅଫିସରୁ ବାହାରି ସମ୍ପୃକ୍ତ ଡ୍ରାଇଭର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ସାରଙ୍କ ବାବଦରେ ସିବିଆଇ ପଚାରିଛି । ଡୁ୍ୟଟି ପରେ କେଉଁଆଡେ଼ ଯାଆନ୍ତି ଓ କାହା ସହ ମିଶନି ସେକଥା ସିବିଆଇ ଅଧିକାରୀ ପଚାରିଲେ । ୭ ତାରିଖ ସନ୍ଧ୍ୟାରେ କେଉଁଠାରେ ଥିଲେ ସେକଥା ବି ପଚାରିଲେ । ମୋ ସହ ଆଉ ୨ ଜଣ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଛି । ମୋର କୌଣସି ସମ୍ପୃକ୍ତି ନାହିଁ, ଯାହା ଜାଣିଛି ତାହା କହିଛି ବୋଲି ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀ କହିଛନ୍ତି ।

ଗତ ସପ୍ତାହରେ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ଲାଂଚ କାରବାର ମାମଲାରେ ସିବିଆଇ ଶୁକ୍ରବାର ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଥିଲା । ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଥିଲା ।

ପ୍ରକାଶ ଯେ ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍‌ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା ଆଇଏଏସ୍‌ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି। ଏଡି ଘଟଣାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଡିସେମ୍ବର ୧୧ ତାରିଖ ସକାଳ ୧୦ ଟାରେ ସିବିଆଇ ଅଫିସରେ ହାଜର ପାଇଁ ବିଷ୍ଣୁପଦଙ୍କୁ ହୋଇଥିଲା ନୋଟିସ। ହେଲେ ଏନେଇ ମୁହଁ ଖୋଲିନାହାନ୍ତି ଆଇଏଏସ୍‌ ବିଷ୍ଣୁପଦ ସେଠୀ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ