ବିସିସିଆଇ ଚୟନ କମିଟିରେ ସାମିଲ ହେବେ ପ୍ରଜ୍ଞାନ ଓଝା !

ଭୁବନେଶ୍ୱର: ବିସିସିଆଇର ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିର ଦୁଇ ଜଣ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ୟ୍ୟକାଳକୁ ଆସନ୍ତା ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି । ସେମିତି ଅନ୍ୟ ଦୁଇ ଜଣଙ୍କ ସ୍ଥାନ ପୂରଣ ପାଇଁ ବିସିସିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୂର୍ବତନ ଅନ୍ତର୍ଜାତୀୟ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଦକ୍ଷିଣାଞ୍ଚଳରୁ ଚୟନ ହେବେ । ଯଦି ଏହା ହୁଏ ତେବେ ବିସିସିଆଇର ଚୟନ କମିଟିରେ ଦୁଇ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ପୂର୍ବତନ ଟେଷ୍ଟ ଓପନର ଶିବସୁନ୍ଦର ଦାସ କେନ୍ଦ୍ରାଞ୍ଚଳରୁ କମିଟିର ସଦସ୍ୟ ରହିଛନ୍ତି ।
ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିରେ ୨ ଜଣ, ମହିଳାରେ ୪ ଜଣ ସଦସ୍ୟ ଏବଂ ଜୁନିୟର ପୁରୁଷରେ ଜଣେ ସଦସ୍ୟ ପୂରଣ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଛି । ୨୦୨୩ ଜାନୁଆରୀ ମାସରୁ ଶିବ ସୁନ୍ଦର ଜାତୀୟ ଚୟନ କମିଟିରେ କେନ୍ଦ୍ରାଞ୍ଚଳରୁ ରହିଛନ୍ତି । ପୂର୍ବତନ ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସ୍ଥାନରେ ୨୦୨୩ ଜାନୁଆରୀ ମାସରେ କିଛି ଦିନ ସେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ଅଗରକରଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।
ନିୟମ ଅନୁସାରେ, ଅବସର ନେବାର ୫ ବର୍ଷ ପରେ ଜଣେ ଖେଳାଳି ଚୟନ କମିଟିର ସଦସ୍ୟ ହୋଇପାରିବେ । ପ୍ରଜ୍ଞାନ ୨୦୨୦ରୁ ସନ୍ନ୍ୟାସ ନେଇ ଭାଷ୍ୟକାର ଭୂମିକା ନିର୍ବାହ କରୁଛନ୍ତି । ସେ ୨୪ଟି ଟେଷ୍ଟ ଖେଳି ୧୨୪ଟି ୱିକେଟ୍‌ ହାସଲ କରିଥିଲେ । ସେହିପରି ଦିନିକିଆରେ ୧୮ଟି ମ୍ୟାଚ୍‌ ଖେଳି ୨୧ଟି ୱିକେଟ୍‌ ପାଇଥିଲେ ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ