ବିସ୍ଫୋରଣରେ ସିଆରପିଏଫ ଯବାନ ଶହୀଦ

ରାଉଲକେଲା: ଓଡ଼ିଶା-ଝାଡଖଣ୍ଡ ସୀମାରେ ଚାଲୁଥିବା ସନ୍ଧାନ ଅଭିଯାନ ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ସିଆରପିଏଫ ଯବାନ ଶହୀଦ। ଏହି ଘଟଣା ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲାର ଜରାଇକେଲା ଥାନା ଅଧୀନ ସାରଣ୍ଡା ଜଙ୍ଗଲ ଅନ୍ତର୍ଗତ ବାବୁଦେରା ଅଞ୍ଚଳରେ ଶୁକ୍ରବାର ଘଟିଥିଲା। ସୂତ୍ର ଅନୁସାରେ, ସିଆରପିଏଫ ୬୦ ବାଟାଲିୟନ ଦ୍ୱାରା ଏହି ଅଞ୍ଚଳରେ ଗତ ଶୁକ୍ରବାରଠାରୁ ସନ୍ଧାନ କାର୍ୟ୍ୟ ଅସମ୍ର ରାଜ୍ୟବାସୀ ଯବାନ ମହେନ୍ଦ୍ର ଲଷ୍କର ଗୁରୁତର ଭାବେ ଆହତ ହୋଇଥିଲେ ଓ ପରେ ଚିକିତ୍ସା ସମୟରେ ଶହୀଦ ହୋଇଯାଇଥିଲେ। ଖବର ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମାଓବାଦୀମାନଙ୍କ ପ୍ରସ୍ତୁତ ବିସ୍ଫୋରଣରେ ୬୦ ବାଟାଲିୟନର ଇନ୍ସପେକ୍ଟର କୌଶଳ କୁମାର ମିଶ୍ର ଗୁରୁତର ଆହତ ହୋଇଥିଲେ। ତା’ପରେ ରାତିରେ ଦ୍ୱିତୀୟ ଆଇଇଡି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ରାମକୃଷ୍ଣ ଗାଗରାଇ ଓ ମହେନ୍ଦ୍ର ଲଷ୍କର ଆହତ ହୋଇଥିଲେ। ରାଉରକେଲାର ଏକ ବେସରକାରୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିବା ଦୁଇଜଣଙ୍କ ମଧ୍ୟରୁ ମହେନ୍ଦ୍ର ଲଷ୍କର ଚିକିତ୍ସା ସମୟରେ ଜୀବନ ହାରିଥିଲେ। ଘଟଣା ପରେ ସାରଣ୍ଡା ଜଙ୍ଗଲ ଓ ସୀମାଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରି ତଲାସି ଅଭିଯାନକୁ ଆହୁରି ତୀବ୍ର କରାଯାଇଛି। ସିଆରପିଏଫର ବରିଷ୍ଠ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଶହୀଦ ମହେନ୍ଦ୍ର ଲଷ୍କରଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି ଅସମ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଅପର ପକ୍ଷରେ ଅନ୍ୟତମ ଆହତ ଗାଗରାଇଙ୍କ ବଡ଼ଭାଇ ତଥା ଝାଡଖଣ୍ଡର ବିଧାୟକ ଶନିବାର ସକାଳେ ସେକ୍ଟର ୧୯ ଆପୋଲୋ ହସ୍ପିଟାଲ ପହଞ୍ଚିଥିବା ସୂଚନା ମିଳିଛି।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ