ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ବୁର୍ଲା, ସମ୍ବଲପୁର: ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ ବୋଲି ଶନିବାର ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ଭିମସାରରେ ପ୍ରଥମେ ୩ ଟେସଲା ଏମ.ଆର.ଆଇ କକ୍ଷର ଉଦଘାଟନ କରିବା ସହ ୮୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏନଏନସିୟୁ) ଭବନର ଉଦଘାଟନ କରିଥିଲେ । ସେ କହିଛନ୍ତି, ଏମଆରଆଇ ମେସିନ ଦ୍ୱାରା ରୋଗୀଙ୍କର ଅତି ସୂକ୍ଷ୍ମ ପରୀକ୍ଷା ଓ ସଠିକ୍ ରୋଗ ନିରୂପଣ ସହଜ ହୋଇପାରିବ । ନବଜାତ ଶିଶୁମାନଙ୍କ ପାଇଁ ଯତ୍ନ କେନ୍ଦ୍ର ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ନବଜାତଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଏହି ସବୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ସାଧାରଣ ଜନତାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।
ଭିମସାରରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭ ଲୁମିଭକ୍ସ- ୨୦୨୫ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଲୁମିଭକ୍ସ ଜ୍ଞାନ, ସେବା ଏବଂ ସଂସ୍କୃତିର ଏକ ଅପୂର୍ବ ସଙ୍ଗମ । ଗରିବ ଲୋକମାନଙ୍କର ଚିକିତ୍ସାର କେନ୍ଦ୍ର ହେଉଛି ଭିମସାର । ଆଜିର ଯୁଗରେ ଅତ୍ୟାଧୁନିକ ମେସିନ ସଠିକ୍ ରୋଗ ନିରୂପଣ କରୁଛି, କିନ୍ତୁ ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ । ଆମର ଲକ୍ଷ୍ୟ କେବଳ ରୋଗ ହେବା ପରେ ଚିକିତ୍ସା କରିବା ନୁହେଁ, ବରଂ ରୋଗକୁ ରୋକିବା । ଡାକ୍ତରମାନେ ସଶକ୍ତ ହେଲେ ହିଁ ସମାଜ ସଶକ୍ତ ହେବ ।
ଭିମସାରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପାଖାପାଖି ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଖୁବ ଶୀଘ୍ର ଏଠାରେ ନୂଆ ସୁଶାସନ ମଡେଲ, ନିଯୁକ୍ତି ପଲିସି, ପରୀକ୍ଷା ପଲିସି ଅଟୋନୋମୋସ ମାଧ୍ୟମରେ ହେବ । ଖୁବଶୀଘ୍ର ନର୍ସିଂ ଝିଅମାନଙ୍କର ଛାତ୍ରୀ ନିବାସ, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ ନୂତନ ନିଯୁକ୍ତି ପକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ସଂକଳ୍ପରେ ଭିମସାରରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଶ୍ୱ ମେଡିକାଲ ପ୍ରାକ୍ଟିସରେ ନେତୃତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ