ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ

ବ୍ରହ୍ମପୁର,: ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି (୬୦ ବର୍ଷ)। ଉକ୍ତ ଗାଁର ହତ୍ୟାକାରୀ ନାରାୟଣ ଦାସ ଫେରାର୍।

ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍ ରଖିଥିବା ବେଳେ ପଡ଼ୋଶୀ ନାରାୟଣ ଦାସଙ୍କ ପୋଷା ନେଉଳ ଖାଇ ଦେଇଥିଲା। ଏନେଇ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ନେଉଳକୁ ବାନ୍ଧି ରଖିବାକୁ କୃଷ୍ଣଚନ୍ଦ୍ର କହିଥିଲେ। ଶନିବାର ସକାଳ ପ୍ରାୟ ୮ଟାରେ ନେଉଳ ପୁଣି କୃଷ୍ଣଚନ୍ଦ୍ରଙ୍କ ଘରେ ପଶିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଏକ ଖଣ୍ଡାରେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନାରାୟଣ ଦାସ ଫେରାର୍ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Related Posts

    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading
    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ