ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସବଣକୁ ରାଜ୍ୟପାଳ ଯାଇଥିଲେ । ସୌଜନ୍ୟ ଦୃଷ୍ଟିରୁ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସେଠାରେ ରାଜ୍ୟପାଳଙ୍କ ଗସ୍ତକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଆୟୋଜନ କରୁଥିଲେ । ସେହି ସମୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ଅଟ୍ରି ଉଷ୍ଣପ୍ରସ୍ରବଣ ପାଇଁ ୧୮ କୋଟି ଅନୁଦାନ ଆସିଛି ବୋଲି ଦାବି କରିଥିଲେ । ଯାହାକୁ ପ୍ରଦୀପ କୁମାର ସାହୁ ପ୍ରତିବାଦ କରିଥିଲେ । ପ୍ରଦୀପ କହିଥିଲେ, ପୂର୍ବ ସରକାରରେ ଆସିଥିବା ଅନୁଦାନକୁ ଏ ସରକାର ଖର୍ଚ୍ଚ ନକରି ଆହୁରି ଅନୁଦାନ ଆସିଛି ବୋଲି କହୁଛନ୍ତି । ଏହାପରେ ପ୍ରଶାନ୍ତ ଜଗଦେବଙ୍କ ଉତ୍ତର ଥିଲା ଏକ ଅଲଗା ପ୍ରକାର । ଦୁଇ ଥର ହାରି ବିଧାୟକ ହୋଇଛ, ମା’କୁ କହିବ ମାମୁଁ ଘର କଥା ।
ସୂଚନାଯୋଗ୍ୟଯେ, ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଘର ବେଗୁନିଆ ବ୍ଲକର ସାରୁଅରେ ଅବସ୍ଥିତ । ପ୍ରଶାନ୍ତଙ୍କ ଘର ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଟାଙ୍ଗୀ ବ୍ଲକ ବଡ ପୋଖରିଆରେ । ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ରେ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ହାରିଥିଲେ । ୨୦୦୯ରେ ଟିକେଟରୁ ବି ବଞ୍ôଚତ ହୋଇଥିଲେ । ସେତେବେଳେ ବିଜେଡ଼ି-ଏନସିପି ମେଣ୍ଟ ଯୋଗୁଁ ପ୍ରଶାନ୍ତ ନନ୍ଦ ଟିକେଟ ହାତେଇ ନେଇଥିଲେ । ପରେ ୨୦୧୪ରେ ବିଜେଡି ଟିକେଟରେ ବେଗୁନିଆ ବିଧାୟକ ହୋଇଥିଲେ । ଆଜି କିନ୍ତୁ ପ୍ରଦୀପ କୁମାର ସାହୁଙ୍କୁ ମା’କୁ କହିବ ମାମୁଁ ଘର କଥା ଏବଂ ତୁମେ ଦୁଇ ଥର ହାରିଛ କହିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କିନ୍ତୁ ଏହାର କୌଣସି ଉତ୍ତର ଦେଇନଥିଲେ । ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବ ଅଟ୍ରି ଉଷ୍ଣପ୍ରସ୍ରବଣ ପାଇଁ କେତେ ଅନୁଦାନ ପ୍ରାପ୍ତ ହୋଇଛି ତାହା ମଧ୍ୟ ସ୍ପଷ୍ଟ କରି ପାରିନଥିଲେ ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ