ଭକ୍ତଙ୍କୁ ଭେଟିଲେ ରମେଶ

ଭୁବନେଶ୍ୱର: ବିଧାୟକ ବୈଠକରେ ଅନୁପସ୍ଥିତ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପିସିସି ସଭାପତିଙ୍କୁ ଭେଟିଛନ୍ତି। ରାଜ୍ୟସଭା ନିର୍ବାଚନରେ ଦତେଶ୍ୱର ହୋତାଙ୍କୁ ସମର୍ଥନ ନେଇ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଦୀର୍ଘ ଦିନ ହେଲା ଭକ୍ତ ଓ ରମେଶଙ୍କ ଭିତରେ ତୁ ତୁ ମେ ମେ ଚାଲିଥିଲା।
ରମେଶ କହିଛନ୍ତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ ହୋଇଗଲା । ଆଗରୁ କେବେ ବିଜେଡି-କଂଗ୍ରେସ ଗଠବନ୍ଧନ ନ ଥିଲା। ମାତ୍ର ଏବେ କଣ ଭାବି ରାଜ୍ୟସଭାରେ ସମର୍ଥନ ଦେବେ କହୁଛନ୍ତି ମୁଁ ଜାଣିନି। କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରେ ନାହିଁ, ଦୁର୍ବଳ ହୋଇଯାଇଛି। ସରକାରରେ ଥିବାବେଳେ ବିଜେଡି ମୋତେ ବହୁ ହଇରାଣ କରିଛି। ମୋ ଭଳି ଅନେକଙ୍କୁ ହଇରାଣ ହରକତ କରିଥିଲେ।

ଅନ୍ୟପକ୍ଷେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, କଂଗ୍ରେସରେ କ୍ରସ ଭୋଟିଂ ହେବନି, AICC ନିଷ୍ପତ୍ତି ସମସ୍ତେ ମାନିବୁ । ବୈଠକରେ ଦୁଇଜଣ ବିଧାୟକ ଅନୁପସ୍ଥିତ ଥିଲେ। ରମେଶ-ଜେନା ଓ ସୋଫିଆ ର୍ଫିଦ୍ଦୋସ କାର୍ଯ୍ୟବ୍ୟସ୍ଥତାରୁ ଆସି ନ ଥିଲେ କିନ୍ତୁ ଉଭୟ ସମର୍ଥନ ଦେବେ ବୋଲି ମୋ ସହିତ କଥା ହୋଇ କହିଛନ୍ତି ବୋଲି କାଡମ କହିଛନ୍ତି।

  • Related Posts

    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading
    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ