ଭରତପୁରରେ ଆଜି ବି ଚାଲିଛି ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଆଜି ଦ୍ବିତୀୟ ଦିନରେ ବି ଚାଲିଛି ଉଚ୍ଛେଦ ପ୍ରକ୍ରିୟା। BDA ପକ୍ଷରୁ ଏହା ହେଉଛି ସବୁଠାରୁ ବଡ଼ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। ପ୍ରାୟ ୬୮ ଏକର ଜମିରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଡହଡର ଖରାରେ ବୁଲୁଛି ବିଡିଏ ବୁଲଡୋଜର। ଆଖି ପିଛୁଳାକେ ମାଟିରେ ମିଶୁଛି ବଡ଼ ବଡ଼ । ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। BDA ର ୧୫୦ଜଣିଆ ଟିମ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୧୦ଟି ଜେସିବି ଏଥିରେ ନିୟୋଜିତ ହୋଇଛନ୍ତି। ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି। ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ। ଗତକାଲିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ୮ ଏକର ଜାଗାକୁ ଜବରଦଖଲମୁକ୍ତ କରାଯାଇଥିବା ବେଳେ ପ୍ରାୟ ୧୮୭ ଘରକୁ ମାଟିରେ ମିଶାଯାଇଥିଲା।
ଏହାପରେ ଆଜି ସକାଳ ୭ଟାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। କିଏ କିଏ ନିଜ ଜିନିଷପତ୍ର ଧରି ଚାଲି ଯାଉଥିବା ବେଳେ ଆଉ କିଏ କିଏ କୋହ ସମ୍ଭାଳି ନ ପାରି ମାଟିରେ ଗଡ଼ି ଯାଉଛନ୍ତି। ତେବେ ଏହି ସାଧାରଣ ଲୋକଙ୍କୁ ପ୍ରଲୋଭିତ କରି ରାଜଧାନୀରେ ସରକାରୀ ଜାଗାକୁ ବିକି ମାଲାମାଲ ହୋଇଥିବା ଦଲାଲଙ୍କୁ ପୋଲିସ୍ କେବେ ଧରିବ ତାହା ଉପରେ ସମସ୍ତଙ୍କ ନଜର। ଚାରିଆଡ଼େ ବୁଲଡୋଜର, ଜେସିବି ବୁଲୁଛି।
ଗତକାଲି ଅପରାହ୍ନରେ ଜବରଦଲଖ ଉଚ୍ଛେଦକୁ ବିରୋଧ କରି ଟାୟାର ଜାଳି କିଛି ଲୋକ ପ୍ରତିବାଦ କରିଥିଲେ। ଦଙ୍ଗା ନିୟନ୍ତ୍ରଣ ଟିମ୍ ତାହାକୁ ଆୟତ୍ତ କରିଥିଲେ। ତତକ୍ଷଣାତ ପାଣିମାଡ଼ କରି ବିକ୍ଷୋଭକାରୀଙ୍କୁ ପୋଲିସ୍ ଘଉଡ଼ାଇ ଦେଇଥିଲା। ମାତ୍ର ଆଜି ସେପରି କୌଣସି ସ୍ଥିତି ଉପୁଜି ନ ଥିବା ଦେଖିବାକୁ ମିଳିଛି।
ଗତକାଲି ଗୋଟିଏ ଘରକୁ ବୁଲଡୋଜର ଛୁଇଁ ପାରି ନ ଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଉକ୍ତ ଘରଟି ଜଣେ ଆଇନଜୀବୀଙ୍କର ହୋଇଥିବା ବେଳେ ସେ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିବାରୁ ଉକ୍ତ ଘରକୁ କାଲି ଉଚ୍ଛେଦ କରାଯାଇ ନ ଥିଲା। ମାତ୍ର ଆଜି ଓକିଲଜଣକ ନିଜ ନେମପ୍ଲେଟ ହଟାଇ ଦେଇଥିବା ବେଳେ ଘରୁ ଏସି ସମେତ ଅନ୍ୟାନ୍ୟ ସରଞ୍ଜାମ ହଟାଇ ନେଇଥିବା ଜଣାଯାଇଛି। ତେଣୁ ଉକ୍ତ ଘର ବି କିଛି ସମୟରେ ମାଟିରେ ମିଶିବ ବୋଲି ଅନୁମାନ କରାଯାଉଛି।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ