ଭାଇରାଲ ମହିଳାଙ୍କର ମିଳିଲା ପରିଚୟ

ଭୁବନେଶ୍ବର:ମହାରାଷ୍ଟ୍ରରେ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ବିଜେପି ମନ୍ତ୍ରୀ ଗିରିଶ ମହାଜନଙ୍କୁ ଟିଉସନ୍‌ କରୁଥିବା ଜଣେ ମହିଳାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହୋଇଥିଲା । ସେ ମହିଳାଙ୍କୁ ଅନେକ ଲୋକ ପ୍ରଶଂସା କଲାବେଳେ ଅନେକ ତାଙ୍କ ପରିଚୟ ଜାଣିବାକୁ ଉତ୍ସୁକ ଥିଲେ । ସେହି ମହିଳାଙ୍କ ନାମ ହେଉଛି ଟୀନା ଚୌଧୁରୀ । ତାଙ୍କ ପରିବାର ପିଢ଼ି ପରେ ପିଢ଼ି ଭାରତୀୟ ଆର୍ମିରେ ଦେଶର ସେବା କରିଛନ୍ତି । ତାଙ୍କ ପରିବାର ୮ ଜଣ ସଦସ୍ୟ ଭାରତୀୟ ଆର୍ମିରେ କାମ କରିଛନ୍ତି ।
ସେ କହନ୍ତି ଯେତେବେଳେ ଆପଣ ୟୁନିଫର୍ମ ପିନ୍ଧନ୍ତି, ଆପଣ ସାର୍ବଜନୀନ ସେବାରେ ଅଛନ୍ତି । ଏହା ଆପଣଙ୍କୁ ଲୋକମାନଙ୍କୁ ଅସମ୍ମାନ କିମ୍ବା ଭୟଭୀତ କରିବାର ଅଧିକାର ଦିଏ ନାହିଁ ।”ସାମାଜିକ ଗଣମାଧ୍ୟମରେ ଲୋକଙ୍କ ପ୍ରଶଂସା ଓ ସମର୍ଥନ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜ ସାମାଜିକ ଗଣମାଧ୍ୟମ ବାର୍ତ୍ତରେ ଲେଖିଛନ୍ତି “ମୁଁ ଆପଣଙ୍କ ସମସ୍ତ ବାର୍ତ୍ତା ପଢ଼ିଛି ଏତେ ପ୍ରେମ, ଏତେ ସମର୍ଥନ ପାଇଁ, ମୁଁ ସର୍ବଦା କୃତଜ୍ଞ ରହିବି । ଏହାସହିତ ସେ କୌଣସି ରାଜନୈତିକ ଦଳକୁ ଟାର୍ଗେଟ ନକରିବା ପାଇଁ ଅନୁରୋଧ କରଛନ୍ତି । ତାଙ୍କ କାନ୍ଧକୁ ବ୍ୟବହାର କରିବା ପରିବର୍ତ୍ତେ ନିଜ ସମସ୍ୟା ପାଇଁ ନିଜେ ସ୍ୱର ଉତ୍ତୋଳନ କରିବାକୁ ଲୋକଙ୍କୁ ଅନୁରୋଧ ବି କରିଛନ୍ତି । ଏହା ସହିତ ସେ ପ୍ରଶ୍ନ ଟିଏ ବି ପଚାରିଛନ୍ତି ମୋ ଭଳି ଆପଣମାନଙ୍କର ବି ସ୍ୱର ଅଛି, ମୁଁ କାହିିଁକି ଆପଣଙ୍କ ସ୍ୱର ହେବା ଆବଶ୍ୟକ ବୋଲି ଭାବୁଛନ୍ତି । ଭୁଲ ବିରୋଧରେ ସ୍ୱର ଉତ୍ତୋଳନ ଆପଣ ବି କରିପାରିବେ ।

  • Related Posts

    ରୋଷେଇ ଘରେ ପିନ୍ଧୁଛନ୍ତି କି ଜୋତ-ଚପଲ

    କିଚେନ୍ ଘରର ସେହି କୋଣ ଯାହା ସାରା ଘରେ ସକାରାତ୍ମକତା ଖେଳାଏ। ଦେବୀ ଅନ୍ନପୂର୍ଣ୍ଣା ଏଠାରେ ବାସ କରନ୍ତି, ଘରେ ରହୁଥିବା ସମସ୍ତଙ୍କୁ ଖାଦ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତି। ଏହି କାରଣରୁ ରୋଷେଇ ଘରେ ବାସ୍ତୁର ନିୟମ ପାଳନ…

    Continue reading
    ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ଆଶୁତୋଷ ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ

    ନୂଆଦିଲ୍ଲୀ : ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୭ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋଓ୍ବାରିକରଙ୍କୁ ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ କରିଛି । ଶ୍ରୀ ଗୋୱାରିକର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା