ଭାରତ-ଇଂଲଣ୍ଡ ମ୍ୟାଚ୍: ସଜେଇ ହେଉଛି ବାରବାଟୀ

କଟକ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି । ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ୟ୍ୟ ଜାରି ରହିଛି । ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି ।
ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଥିବାବେଳେ ଗ୍ୟାଲେରୀ ଗୁଡ଼ିକର ରଙ୍ଗ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି । ୩୦ ୟାର୍ଡ ଅଞ୍ଚଳରୁ ଗ୍ରାସ କଟିଂ କାର୍ୟ୍ୟ ଶେଷ କରାଯିବା ପରେ ଗୁରୁବାର ଦିନ ପୁରା ପଡିଆରୁ ଗ୍ରାସ କଟିଂ କାର୍ୟ୍ୟ ଆରମ୍ଭ ହେଇଛି । ଏହାପରେ ନିୟମିତ ଭାବେ ପିଚକୁ ରୋଲ କରାଯିବା ସହ ପଡ଼ିଆରେ ସାର, କେମିକାଲ ଓ ପାଣି ସିଞ୍ଜନ କରାଯିବ । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି ।
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, “ମ୍ୟାଚ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହିତ ଓସିଏର ଗୋଟିଏ ପ୍ରସ୍ତୁତି ବୈଠକ ହୋଇସାରିଛି । ସମସ୍ତ ଆନୁସଙ୍ଗିକ କାର୍ୟ୍ୟ ସମୟ ପୂର୍ବରୁ ଶେଷ ହେବ । ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ବିତୀୟ ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚଟି ଦିବାରାତ୍ର ହୋଇଥିବାରୁ ଅପରାହ୍ନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଖେଳାଳିମାନଙ୍କ ପାଇଁ ହୋଟେଲ ବୁକିଂ କାର୍ୟ୍ୟ ପୂର୍ବରୁ ଶେଷ ହୋଇସାରିଛି । ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖ ଦିନ ଉଭୟ ଟିମର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ ।”

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ