ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଆଶାଠାରୁ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଛି। ଶୃଙ୍ଖଳାରେ ଅଦ୍ୟାବଧି ବ୍ୟାଟିଂର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପ୍ରଥମ ମ୍ୟାଚ୍‌ରେ ୩୫୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲେ ହେଁ ଶେଷ ପର୍ୟ୍ୟନ୍ତ ଲଢ଼ି ଦକ୍ଷିଣ ଆଫ୍ରିକା ୧୭ ରନ୍‌ରେ ପରାସ୍ତ ହୋଇଥିଲା। ରାୟପୁର ମ୍ୟାଚ୍‌ରେ ଭାରତ ୩୫୮ ରନ୍‌ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ଏହାକୁ ଜିତି ନେଇଥିଲା। ଭାରତ ମାଟିରେ ଏହା ୨ୟ ସର୍ବାଧିକ ରନ୍‌ର ପିଛାକରି ବିଜୟ। ସ୍ବାଭାବିକ ଭାବେ ଉଭୟ ମ୍ୟାଚ୍‌ରେ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପଡ଼ିଛି। ଶନିବାର ଏଠାରେ ଶୃଙ୍ଖଳାର ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ଶୃଙ୍ଖଳା ବିଜୟୀ ହେବ। ଅଢ଼େଇ ବର୍ଷ ପରେ ଘରୋଇ ମାଟିରେ ଦିନିକିଆ ଶୃଙ୍ଖଳା ପରାଜୟରୁ ବର୍ତ୍ତିବା ପାଇଁ ଭାରତୀୟ ଦଳ ପ୍ରୟାସ କରିବ। ଅନ୍ୟପକ୍ଷରେ ଟେଷ୍ଟ ଶୃଙ୍ଖଳାରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଦିନିକିଆ ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଖେଳିବ। ୧୦ ବର୍ଷ ତ​‌େ​‌ଳ ଭାରତରେ ଦିନିକିଆ ଶୃଙ୍ଖଳା ଜିତିଥିବା ଦକ୍ଷିଣ ଆଫ୍ରିକା ଏହା ଦୋହରାଇବାକୁ ଚାହିଁବ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ କାକର ନିର୍ଣ୍ଣାୟକ ହୋଇଛି। ଓଦା ବଲ୍‌ ଯୋଗୁଁ ଭାରତୀୟ ବୋଲର; ବିଶେଷକରି ସ୍ପିନର ବେଶ୍‌ ଅସୁବିଧା ଭୋଗିଛନ୍ତି। ତେଣୁ ଉଭୟ ମ୍ୟାଚ୍‌ରେ ଭାରତ ଟସ୍ ହାରିବା ଏହାକୁ ଅସୁବିଧାରେ ପକାଇଛି। ସୂଚନାଯୋଗ୍ୟ; ଭାରତ କ୍ରମାଗତ ୨୦ଟି ଦିନିକିଆ ମ୍ୟାଚ୍‌ରେ ଟସ୍ ହାରିଛି। ବିଶାଖାପାଟଣାରେ ଏହି ଧାରା ଭାଙ୍ଗିବାକୁ ଭାରତ ଚାହିଁବ। ଏହା ନିଣ୍ଚିତ ଯେ ଯେଉଁ ଦଳ ଟସ୍ ଜିତିବ; ଏହା ରନ୍‌ର ପିଛା କରିବାକୁ ଚାହିଁବ। ଭାରତୀୟ ଦଳ ଗୋଟିଏ/ଦୁଇଟି ପରିବର୍ତ୍ତନ କରିପାରେ। ଉଭୟ ମ୍ୟାଚ୍‌ରେ ମଧ୍ୟକ୍ରମରେ ବ୍ୟାଟିଂକରି ବିଫଳ ହୋଇଥିବା ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଖେଳାଇ ବ୍ୟାଟିଂକୁ ମଜ୍‌ଭୁତ କରିବାକୁ ଭାରତ ଚାହିଁବ। ପୁଣି ଗତ ୨ଟିଯାକ ମ୍ୟାଚ୍‌ରେ ଅତ୍ୟଧିକ ରନ୍‌ ଦେଇଥିବା ପ୍ରସିଦ୍ଧ କୃଷ୍ଣଙ୍କୁ ନେଇ ଭାରତ ଚିନ୍ତାରେ। ତେଣୁ ତାଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍‌ଡୀଙ୍କୁ ଖେଳାଇବାକୁ ଭାରତ ଚିନ୍ତା କରିପାରେ। ଦକ୍ଷିଣ ଆଫ୍ରିକା ବିଜୟୀ ଏକାଦଶକୁ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ। ହେଲେ ଦଳର ଦୁଇ ପ୍ରମୁଖ ଖେଳାଳି ରାୟପୁର ମ୍ୟାଚ୍‌ରେ ଆହତ ହୋଇଥିଲେ।
ବାମହାତି ଫାଷ୍ଟବୋଲର ନାନ୍ଦ୍ରେ ବର୍ଗରଙ୍କ ହାମ୍‌ଷ୍ଟ୍ରିଙ୍ଗ୍‌ରେ ଆଘାତ ଲାଗିଥିବା ବେଳେ ବ୍ୟାଟ୍‌ସମ୍ୟାନ ଟନି ଡି ଜର୍ଜି ମଧ୍ୟ ଆହତ ହୋଇ ରିର୍ଟାୟର୍ଡ ହର୍ଟ ହୋଇ ଫେରିଥିଲେ। ଯଦି ଦୁହେଁ ଫିଟ୍‌ ନ ହୁଅନ୍ତି; ତେବେ ବର୍ଗରଙ୍କ ସ୍ଥାନରେ ଓଟ୍‌ନିଲ ବାର୍ଟମ୍ୟାନ୍ ଏବଂ ଡି ଜର୍ଜିଙ୍କ ସ୍ଥାନରେ ରିୟାନ ରିକେଲ୍‌ଟନ ଖେଳିପାରନ୍ତି। ଐଡେନ ମାର୍କରାମ ୨ୟ ମ୍ୟାଚ୍‌ରେ ଶତକ ମାରିବା ଦଳକୁ ଉତ୍ସାହିତ କରିଛି। ପୁଣି ମଧ୍ୟକ୍ରମ​‌େ​‌ର ଦକ୍ଷିଣ ଆଫ୍ରିକାର ସମସ୍ତେ ରନ୍‌ କରିଥିଲେ। ତେବେ ଚଳିତବର୍ଷ ପଦାର୍ପଣ ପରଠାରୁ ମେସିନ୍ ପରି ରନ୍‌ କରିଛନ୍ତି ମାଥ୍ୟୁ ବ୍ରିଜ୍‌କେ। ୧୧ଟି ଦିନିକିଆରୁ ବ୍ରିଜ୍‌କେ ଏକ ଶତକ ସହ ୬ଟି ଅର୍ଦ୍ଧଶତକ ମାରିଛନ୍ତି। ଗତ ୨ଟି ଦିନିକିଆରେ ସେ ଅର୍ଦ୍ଧଶତକ ମାରିବା ସହ ମୋଟ ୧୪୦ ରନ୍‌ କରିଛନ୍ତି। ଡିୱାଲ୍‌ଡ ବ୍ରେଭିସ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ଶେଷଆଡ଼କୁ କର୍ବିନ୍ ବସ୍‌ ଦେଢ଼ ଶହ ଆଭ୍‌ରେଜ୍‌ରେ ଦୁଇଟି ମ୍ୟାଚ୍‌ରୁ ୯୬ ରନ୍‌ କରି ସାରିଲେଣି।

ତେବେ ଦକ୍ଷିଣ ଆଫ୍ରିକା ଚାହିଁବ ଯେ ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ କ୍ବିଣ୍ଟନ ଡି କକ୍‌ ରନ୍‌ କରନ୍ତୁ। ଭାରତ ପାଇଁ ବିରାଟ କୋହଲି ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି ଏବଂ ଉଭୟ ମ୍ୟାଚ୍‌ରେ ଶହେରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଛନ୍ତି। ତାଙ୍କଠାରୁ ଦଳ ପୁଣି ଏକ ବଡ଼ ଇନିଂସର ଆଶାରଖିଛି। ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲିଂକୁ ଚାପରେ ପକାଇ ପାରନ୍ତି। ଋତୁରାଜ ଗାଏକ୍‌ୱାଡ୍‌ ଶତକ ହାସଲ କରିଛନ୍ତି। ଉଭୟ ମ୍ୟାଚ୍‌ରେ ଅଧିନାୟକ କେ.ଏଲ୍‌. ରାହୁଲ ଅର୍ଦ୍ଧଶତକ ମାରିଛନ୍ତି। କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି। ବିଶାଖାପାଟଣାର ପିଚ୍‌ ବ୍ୟାଟିଂ ସହାୟକ ହେବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ