ଭାରତର ୪୭୧ ରନ୍‌ ଜବାବରେ ଇଂଲଣ୍ଡ ୩/୨୦୯

ହେଡିଂଲି: ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲି ୨୩ ବର୍ଷ ତଳେ ହେଡିଂଲି ଟେଷ୍ଟରେ ଶତକ ମାରିଥିଲେ। ଭାରତୀୟ କ୍ରିକେଟ୍‌ର ତିନି ଭବିଷ୍ୟତ ଯଶସ୍ବୀ ଜୟସୱାଲ, ଶୁଭମନ ଗିଲ୍‌ ଓ ଋଷଭ ପନ୍ତ ଏହି ଗ୍ରାଉଣ୍ଡରେ ଉପରୋକ୍ତ କୃତିତ୍ବକୁ ଦୋହରାଇଛନ୍ତି। ଚଳିତ ପ୍ରଥମ ଟେଷ୍ଟରେ ଶୁଭମନ ଗିଲ୍‌, ଯଶସ୍ବୀ ଜୟସୱାଲ୍‌ ଓ ଋଷଭ ପନ୍ତ ଶତକ ମାରିଛନ୍ତି। ଏକଦା ୩ ୱିକେଟ୍‌ ହରାଇ ୪୩୦ ରନ୍‌ କରିଥିବା ଭାରତ ପ୍ରଥମ ଇନିଂସରେ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଭାରତ ବିପର୍ଯ୍ୟୟ ଭୋଗି ମାତ୍ର ୪୧ ରନ୍‌ରେ ଶେଷ ୭ଟି ୱିକେଟ୍‌ ହରାଇଥିଲା। ୨ୟ ଦିନରେ ଭାରତ ୪୭୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ୨ୟ ଦିନରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ଲଢ଼ୁଆ ଜବାବ ଦେଇଛି। ପରେ ଇଂଲଣ୍ଡର ପ୍ରଥମ ଇନିଂସରେ ଓଲି ପୋପ୍‌ ଅପରାଜିତ ଶତକ ଓ ବେନ୍‌ ଡକେଟ୍‌ ଅର୍ଦ୍ଧଶତକ ମାରିଛନ୍ତି। ତେବେ ଯଶପ୍ରୀତ ବୁମ୍‌ରା ୩ଟି ୱିକେଟ୍‌ ନେଇ ଇଂଲଣ୍ଡ ପରେ ଚାପ ବଜାୟ ରଖିଛନ୍ତି। ୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୨୦୯ ରନ୍‌ କରି ୨୬୨ ରନ୍‌ ପଛ​‌େ​‌ର ରହିଛି।
ଇଂଲଣ୍ଡ ୨ୟ ଇନିଂସ ଆରମ୍ଭକରି ପ୍ରଥମ ଓଭର​ରେ ୱିକେଟ୍‌ ହରାଇଥିଲା। ଜ୍ୟାକ୍‌ କ୍ରଲି ଏକ ଚୌକା ମାରିବା ପରେ ଯଶପ୍ରୀତ ବୁମ୍‌ରାଙ୍କ ମାରାତ୍ମକ ବଲ୍‌ରେ ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ହେଲେ ଅନ୍ୟ ଓପ୍‌ନର ବେନ୍‌ ଡକେଟ୍‌ ଓ ଓଲି ପୋପ୍‌ ନିୟମିତ ଭାବେ ଷ୍ଟ୍ରୋକ୍‌ ଖେଳି ଦଳର ସ୍କୋର୍‌କୁ ବଢ଼ାଇ ଚାଲିଥିଲେ। ଡକେଟ୍‌ ଓ ପୋପ୍‌ ୨ୟ ୱିକେଟ୍‌ ପାଇଁ ୧୨୨ ରନ୍‌ ଯୋଡ଼ିଥିଲେ। ଶେଷରେ ଯଶପ୍ରୀତ ବୁମ୍‌ରା ଏହି ଯୋଡ଼ି ଭାଙ୍ଗିଥିଲେ। ବାମହାତି ଡକେଟ୍‌ ୯୪ ବଲ୍‌ରୁ ୯ଟି ଚୌକା ସହ ୬୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ପୋପ୍‌ ଓ ଟେଷ୍ଟ ମାନ୍ୟତାର ୧ନଂ ସ୍ଥାନରେ ଥିବା ଜୋ ରୁଟ୍‌ ଲଢ଼ୁଆ ବ୍ୟାଟିଂକରି ୩ୟ ୱିକେଟ୍‌ ପାଇଁ ୮୦ ରନ୍‌ ଯୋଡ଼ିଥିଲେ। ଫର୍ମରେ ଥିବା ରୁଟ୍‌ଙ୍କୁ ଆଉଟ୍‌କରି ବୁମ୍‌ରା ଭାରତକୁ ବଡ଼ ସଫଳତା ଦେଇଥିଲେ। ରୁଟ୍‌ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ଓଲି ପୋପ୍‌ ୯ମ ଶତକ ଏବଂ କ୍ରମାଗତ ୨ୟ ଟେଷ୍ଟରେ ଶତକ ମାରିଥିଲେ। ହ୍ୟାରୀ ବ୍ରୁକ୍‌ ବିନା ସ୍କୋର୍‌ରେ କ୍ୟାଚ୍‌ ଦେଇଥିଲେ ହେଁ ବୁମ୍‌ରାଙ୍କର ଏହା ନୋ’ବଲ୍‌ ଥିଲା। ଷ୍ଟମ୍ପ୍‌ ଅପସାରଣ ବେଳକୁ ଓଲି ପୋପ୍‌ ୧୩୧ ବଲ୍‌ରୁ ୧୩ଟି ଚୌକା ସହ ୧୦୦ ଓ ବ୍ରୁକ୍‌ ବିନା ସ୍କୋର୍‌ରେ କ୍ରିଜ୍‌ରେ ଅଛନ୍ତି। ବୁମ୍‌ରା ୩ଟିଯାକ ୱିକେଟ୍‌ ନେଇଛନ୍ତି।
ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୩ ୱିକେଟ୍‌ରେ ୩୫୯ ରନ୍‌ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ଅଧିନାୟକ ଶୁଭମନ ଗିଲ୍‌ ଓ ଉପଅଧିନାୟକ ଋଷଭ ପନ୍ତ ୨ୟ ଦିନରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଗିଲ୍‌ ଓ ପନ୍ତ୍ ୪ର୍ଥ ୱିକେଟ୍‌ ପାଇଁ ମାରାଥନ୍‌ ଭାଗୀଦାରି କରିଥିଲେ। ୯୯ ରନ୍‌ରେ ଥିବା ବେଳେ ଛକାମାରି ବାମହାତି ଋଷଭ ପନ୍ତ ଜୀବନର ୭ମ ଟେଷ୍ଟ ଶତକ ପୂରଣ କରିଥିଲେ। ଇଂଲଣ୍ଡ ମାଟିରେ ପନ୍ତଙ୍କର ଏହା ୩ୟ ଟେଷ୍ଟ ଶତକ। ୪ର୍ଥ ୱିକେଟ୍‌ ପାଇଁ ଗିଲ୍‌ ଓ ପନ୍ତ ୨୦୯ ରନ୍‌ ଯୋଡ଼ିଥିଲେ। ସୋଏବ୍‌ ବସିରଙ୍କୁ ଛକା ମାରିବା ପ୍ରୟାସରେ ଗିଲ୍‌ ଆଉଟ୍‌ ହୋଇଥିଲେ। ୬ଷ୍ଠ ଟେଷ୍ଟ ଶତକ ହାସଲ କରିଥିବା ଗିଲ୍‌ ୨୨୭ ବଲ୍‌ରୁ ଗୋଟିଏ ଛକା ଓ ୧୯ଟି ଚୌକା ସହ ୧୪୭ ରନ୍‌ କରିଥିଲେ। ଏହି ୱିକେଟ୍‌ ସହ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା ଏବଂ ୪୧ ରନ୍‌ରେ ଶେଷ ୭ଟି ୱିକେଟ୍‌ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ୮ ବର୍ଷ ପରେ ଟେଷ୍ଟ ଖେଳୁଥିବା କରୁଣ ନାୟାର ଖାତା ଖୋଲିବା ପୂର୍ବରୁ ଓଲି ପୋପ୍‌ଙ୍କ ଦର୍ଶନୀୟ କ୍ୟାଚ୍‌ରେ ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ ୧୭୮ ବଲ୍‌ରୁ ୬ଟି ଛକା ଓ ୧୨ଟି ଚୌକା ସହ ୧୩୪ ରନ୍‌କରି ବିଦାୟ ନେଇଥିଲେ। ତଳ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ଓ ଜୋସ୍‌ ଟଙ୍ଗ୍‌ ଚମତ୍କାର ବୋଲିଂକରି ୪ଟି ଲେଖାଏଁ ୱିକେଟ୍‌ ପାଇଥିଲେ।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ