ଭାରତୀୟ ମହିଳା କ୍ରିକେଟ୍‌ ଦଳର ବିଶ୍ବକପ୍‌ ବିଜୟର ବିନ୍ଧାଣୀ ଅମୋଲ ମଜୁମଦାର

ନୂଆଦିଲ୍ଲୀ,୦୪/୧୧:ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅର୍ଦ୍ଧଶତାବ୍ଦୀର ସ୍ବପ୍ନକୁ ସାକାର କରିବାରେ ଯାହାଙ୍କର ଅବଦାନ ଏବେ ଚାରିଆଡ଼େ ଚର୍ଚ୍ଚା, ସେ ହେଉଛନ୍ତି ୨ୟ ତେନ୍ଦୁଲକର ଭାବେ ପରିଚିତ ଅମୋଲ ମଜୁମଦାର । ୨୦୨୩ରେ ଦାୟିତ୍ବ ନେଇଥିବା ଅମୋଲ ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କୁ ଏକାଠି କରି ସେମାନଙ୍କଠାରୁ ଶ୍ରେଷ୍ଠ ବାହାର କରିବାରେ ବଡ଼ ବିନ୍ଧାଣୀ ହୋଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ଅମୋଲଙ୍କ ତତ୍ତ୍ବାବଧାନରେ ମହିଳା ଦଳ ବିଶ୍ବକପ୍‌ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛି। ଭାରତୀୟ କ୍ରିକେଟ୍‌ ଇତିହାସରେ ତୃତୀୟ ପ୍ରଶିକ୍ଷକ ଭାବେ ବିଶ୍ବକପ୍ ଆଣିଦେଇଛନ୍ତି। ୨୦୧୧ରେ ଗ୍ୟାରି କର୍ଷ୍ଟେନ (ଦିନିକିଆ ବିଶ୍ବକପ୍‌) ଏବଂ ୨୦୨୪ରେ ରାହୁଲ ଦ୍ରାବିଡ଼ (ଟ୍ବେଣ୍ଟି-୨୦ ବିଶ୍ବକପ୍‌) ଏଭଳି କ୍ଲବ୍‌ରେ ଥିଲେ। ୧୯୮୩ କପିଳ ଦେବଙ୍କ ବିଶ୍ବକପ୍‌ ବିଜୟ ବେଳେ ପ୍ରଶିକ୍ଷକ ବ୍ୟବସ୍ଥା ନଥିଲା। ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ବିଶ୍ବକପ୍‌ ବିଜୟ ବେଳେ ଲାଲଚାନ୍ଦ ରାଜପୁତ କେବଳ ପ୍ରବନ୍ଧକ ଥିଲେ।
ଅମୋଲଙ୍କର ଫାଷ୍ଟ କ୍ଲାସ କ୍ରିକେଟରେ ୧୧,୦୦୦ ରୁ ଅଧିକ ରନ, ୩୦ ଶତକ, ୬୦ ଅର୍ଦ୍ଧଶତକ… ଏପରି ଅନେକ ଅତୁଟ ରେକର୍ଡ ଥାଇ ବି ସେ ସଚିନଙ୍କ ପରି ଖ୍ୟାତି ଅର୍ଜନ କରି ପାରିନଥିଲେ । ଏତେ ଗୁଣ ଥାଇ ବି ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବାର ସୁଯୋଗ ପାଇ ନଥିଲେ। ଅବସର ନେବାର ୧୦ ବର୍ଷ ପରେ ସେହି କ୍ରିକେଟର ଜଣଙ୍କ ବିଶ୍ୱବିଜୟୀ ଭାରତୀୟ ଦଳର ଜର୍ସି ପିନ୍ଧିବାର ସୌଭାଗ୍ୟ ଅର୍ଜନ କଲେ ମାତ୍ର ଖେଳାଳି ଭାବେ ନୁହେଁ ବରଂ କୋଚ୍ ଭାବରେ। ବାସ୍ ସେହି କୋଚ୍ ହେବା ହିଁ ତାଙ୍କ ଭାଗ୍ୟ ବଦଳାଇ ଦେଲା । ସିଏ ଜଣେ ପୁରୁଷ ଭାବେ ମହିଳା କ୍ରିକେଟ୍ ଦଳକୁ ବିଶ୍ବ ବିଜୟୀ କରିପାରିଲେ । ହର୍‌ମନ୍‌ପ୍ରୀତ୍‌ଙ୍କ ଶେଷ ସ୍ପର୍ଶ କ୍ୟାଚ୍‌ ପରବର୍ତ୍ତୀ ୫ ମିନିଟ୍ କ’ଣ ଘଟିଗଲା ମୁଁ ଜାଣିପାରିଲିନାହିଁ। ମୁଁ କେବଳ ଡଗ୍‌ ଆଉଟ୍‌କୁ ଚାହିଁ ରହିଥିଲି। ଏହି ୫ ମିନିଟ୍‌ ମୋତେ କିଛି ବି ଦିଶି ନଥିଲା’ଏଭଳି କହିଛନ୍ତି ଅମୋଲ। ଚଳିତ ବିଶ୍ବକପ୍‌ରେ ଭାରତ ଲଗାତାର ଭାବେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ହାରି ଅଲୋଡ଼ା ହ୍ୟାଟ୍ରିକ୍ କରିବା ପରେ ଅମୋଲ‌ ଖେଳାଳିଙ୍କୁ କହିଥିଲେ ‘‘ଏସବୁ ପରାଜୟକୁ ଦେଖ ନାହିଁ। ତୁମେ ମ୍ୟାଚ୍‌ ହାରିନାହଁ, କେବଳ ବିଜୟରେଖାକୁ ଅତିକ୍ରମ କରିପାରିନାହିଁ’। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅମନଜୋତ୍‌ କୌରଙ୍କ ପାଇଁ ଜେମିମା ରଡ୍ରିଗ୍ସଙ୍କୁ ବାଦ୍ ଦେବା ଗତ ୬ ସପ୍ତାହର ସବୁଠାରୁ କଠୋର ନିଷ୍ପତ୍ତି ଥିଲା ବୋଲି ସେ ସ୍ବୀକାର କରିଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ