ଭାଷା ଯେତେ କଥିତ, ପ୍ରଚଳିତ ସେ ଭାଷା ସେତେ ସମୃଦ୍ଧ:ରାଜ୍ୟପାଳ

ଭୁବନେଶ୍ୱର: ଯେଉଁ ଭାଷା ଯେତେ ସକ୍ରିୟ ଭାବେ କଥିତ, ପ୍ରଚଳିତ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରିତ ହୁଏ, ସେ ଭାଷା ସେତେ ସମୃଦ୍ଧ ହୁଏ I ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି I ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ”ସୂଚନା ଓ ସଚେତନତା ଟ୍ରଷ୍ଟ” ଆନୁକୂଲ୍ୟରେ “କହୁଛି ଓଡ଼ିଶା” ପତ୍ରିକା ଓ ଏହାର ୱେବ୍ ପୋର୍ଟାଲ୍ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ଏହା କହିଛନ୍ତି I
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଭାଷା, ପରମ୍ପରା, ରୀତିନୀତି ଓ ଇତିହାସ ଏକ ଗୋଷ୍ଠୀର ପରିଚୟ ନିର୍ଦ୍ଧାରଣ କରେ। ଓଡ଼ିଆ ଭାରତର ପ୍ରାଚୀନତମ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ, ଯାହା ଶତାବ୍ଦୀ ଶତାବ୍ଦୀର ଜ୍ଞାନ ଓ ବୌଦ୍ଧିକ ଚିନ୍ତାଧାରାକୁ ଧାରଣ କରିଛି। ରାଜ୍ୟର ପର୍ବପର୍ବାଣି, କଳାରୂପ, ସାହିତ୍ୟ, ଐତିହ୍ୟ ସ୍ଥଳ, ସାମୁଦ୍ରିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓଡ଼ିଶାର ସ୍ୱତନ୍ତ୍ର ଓ ସ୍ଥାୟୀ ପରିଚୟକୁ ପ୍ରତିଫଳିତ କରେ। ଭାଷା ଓ ସଂସ୍କୃତି ଜୀବନ୍ତ ସମ୍ପଦ, ଯାହା ନିଜର ପ୍ରାମାଣିକତା ବଜାୟ ରଖି ବିକଶିତ ହେବା ସହିତ ନିଜ ଐତିହ୍ୟ ସହ ଦୃଢ଼ ସଂଯୋଗ ଏକ ଅର୍ଥପୂର୍ଣ୍ଣ ପରିଚୟବୋଧ ସୃଷ୍ଟି କରେ ବୋଲି ରାଜ୍ୟପାଳ କହିଥିଲେ। ‘ସୂଚନା ଓ ସଚେତନତା ଟ୍ରଷ୍ଟ୍’ ପ୍ରଥମ ସଂଖ୍ୟାର ଶୀର୍ଷକ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର” ଓଡ଼ିଆ ପରିଚୟର ସ୍ୱରୂପକୁ ସଠିକ୍ ଭାବେ ପ୍ରତିଫଳିତ କରିଛି। ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଭାଷାର ବ୍ୟାପ୍ତି ଓ ପ୍ରାସଙ୍ଗିକତା ବୃଦ୍ଧି ପାଉଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ପ୍ରତି ପରିବାର ପିଲାମାନଙ୍କୁ ଗର୍ବର ସହ ଓଡ଼ିଆରେ କଥା କହିବା, ପଢିବା ଓ ଲେଖିବା ପାଇଁ ଉତ୍ସାହିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ଭାଷାଗତ ପରିଚୟର ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ଏବଂ ଏହା ଅନ୍ୟ କୌଣସି ଭାଷା ବିରୋଧରେ ନୁହେଁ, ବରଂ ଓଡ଼ିଆ ଭାଷାର ସମୃଦ୍ଧ ପରିଚୟକୁ ସୁରକ୍ଷିତ ରଖିବାର ଉପାୟ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ। ପଦ୍ମ ବିଭୂଷଣ ପ୍ରାପ୍ତ ପ୍ରସିଦ୍ଧ ଶିଳ୍ପୀ ସୁଦର୍ଶନ ସାହୁ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ସୂଚନା ଓ ସଚେତନତା ଟ୍ରଷ୍ଟ# ର ସଭାପତି ଅଶୋକ ଭଗତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଜିତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମଶ୍ରୀ ବିଜେତା ଅଦ୍ୱୈତ ଗଡ଼ନାୟକ ଓ ଦମୟନ୍ତୀ ବେଶରାଙ୍କ ସମେତ ବିଶିଷ୍ଟ ସାମ୍ବାଦିକ ଡ଼ ରାଜାରାମ ଶତପଥୀ ମଧ୍ୟ ଏହି ଅବସରରେ ମଞ୍ଚାସୀନ ଥିଲେ।

  • Related Posts

    ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

    ଭୁବନେଶ୍ୱର,୨୧/୦୪/୨୦୨୬:ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର…

    Continue reading
    ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ

    ଭୁବନେଶ୍ଵର,୨୧/୦୪/୨୦୨୬:ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ। ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିବେ। ଏହି ବିଭାଗର ନିର୍ଦେଶକ ସଦସ୍ୟ ସଚିବ ରହିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର