ମଧ୍ୟ ପ୍ରଦେଶ ନାଳରେ ଭାସିଗଲା ଓଡ଼ିଶା ତୀର୍ଥଯାତ୍ରୀଙ୍କ କାର: ୭ ଓଡ଼ିଆ ମୃତ

ଆଗର ମାଲୱା : ମାତା ବଗଳାମୁଖିଙ୍କ ଦର୍ଶନ ପାଲଟିଲା ଶେଷଯାତ୍ରା । ମଧ୍ୟ ପ୍ରଦେଶର ମାଲୱା ଅଞ୍ଚଳରେ ଅବସ୍ଥିତ ବଗଳାମୁଖି ମାତାଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ କାର୍‌ଟି ବର୍ଷା ଜଳପୂର୍ଣ୍ଣ ନାଳରେ ବୁଡ଼ିଯାଇଛି । ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏସ୍‌ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୭ ଜଣ ବ୍ୟକ୍ତି ଓଡ଼ିଶାର ଓ ଗାଡ଼ି ଚାଳକ ଜଣକ ମଧ୍ୟ ପ୍ରଦେଶର ବାସିନ୍ଦା ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ସାମିଲ ଅଛନ୍ତି ।
ଶନିବାର ମା’ ବଗଳାମୁଖି ମନ୍ଦିରରେ ଦର୍ଶନ ଶେଷ କରି ଶ୍ରଦ୍ଧାଳୁଙ୍କୁ ନେଇ ଏକ କାର୍ ଫେରୁଥିଲା । ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଖିପିଛୁଳାକେ ପାଣିର ସ୍ରୋତରେ କାର୍‌ଟି ଭାସିଯାଇଥିଲା । ଏହି ଦୁର୍ଘଟଣା ଏତେ ତତ୍‌କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ ମଉକା ମିଳିନଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ କାର୍‌ରୁ ୮ ଜଣଙ୍କ ମୃତଦେହ ବାହାର କରାଯାଇଛି । ସମସ୍ତଙ୍କ ପରିଚୟ ଚିହ୍ନଟ କରାଯିବାର ପ୍ରକ୍ରିୟା ଜାରି ରହିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ କାର୍‌ରେ କେହି ଜୀବିତ ବ୍ୟକ୍ତି ଥିବାର ସନ୍ଧାନ ମିଳିନାହିଁ । ସମସ୍ତ ମୃତଦେହଗୁଡିକକୁ ବାହାର କରାଯିବା ପରେ କାର୍‌ଟିକୁ ଦୌଡ଼ି ଦ୍ବାରା ଉପରକୁ ଟଣାଯାଉଛି । ଏହା ମଧ୍ୟରେ ଆହୁରି ମୃତଦେହ ରହିଥିବା ସନ୍ଦେହ କରାଯାଉଛି । କାର୍‌ଟିରେ ସମୁଦାୟ କେତେ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ ଏହାର ସୂଚନା ମିଳିପାରିନାହିଁ ।ପୋଲିସ୍ ଅନୁଯାୟୀ, ମୃତକମାନେ ଆଗର ମାଲୱାର ନାଲଖେଡା ସ୍ଥିତ ଲଖୁନ୍ଦର ନଦୀ କୂଳରେ ଅବସ୍ଥିତ ବଗଳାମୁଖୀ ମନ୍ଦିରରେ ଦର୍ଶନ କରି ଫେରୁଥିଲେ । ଏହି ସ୍ଥାନକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ।
ଏସ୍‌ପି ଦିଲ୍ଲୀପ ସୋନି କହିଛନ୍ତି, “ମୃତକଙ୍କ ମଧ୍ୟରୁ ସାତଜଣ ଓଡ଼ିଶାର ବାସିନ୍ଦା ଥିଲେ ଏବଂ ସେମାନଙ୍କର ମୂଳ ସ୍ଥାନ ଚିହ୍ନଟ କରି ଯଥାଶୀଘ୍ର ପରିବାରବର୍ଗଙ୍କୁ ସୂଚନା ଦେବା ପାଇଁ ଉଦ୍ୟମ ଚାଲିଛି । ଗାଡ଼ି ଚାଳକ ମୂଳତଃ ବଡୋଦରା ଅଞ୍ଚଳର ଥିଲେ ଏବଂ ଉଜ୍ଜୟିନୀର ଏକ ଟ୍ରାଭେଲ୍ ଏଜେନ୍ସି ସହ ଜଡ଼ିତ ଥିଲେ । ଏହି ଦୁର୍ଘଟଣାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।” ପ୍ରାଥମିକ ସୂଚନା ଅନୁଯାୟୀ, ଏହି ପରିବାର ଓଡ଼ିଶାରୁ ଉଜ୍ଜୟିନୀ ବୁଲିବାକୁ ଆସିଥିଲେ । ପରେ ସେମାନେ କାର୍ ଯୋଗେ ନାଲଖେଡ଼ା ସ୍ଥିତ ବଗଳାମୁଖୀ ମନ୍ଦିର ଯାଇଥିଲେ ଏବଂ ସେଠାରୁ ଫେରିବା ସମୟରେ ଦୁର୍ଘଟଣାଟି ଘଟିଥିଲା ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ