ଅନୁଗୁଳ,09/09: ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ। ସେ ଏକ ଏନଜିଓ ସଂସ୍ଥାର କୋର୍ଡିନେଟର ରଞ୍ଜନ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା। ସୂଚନା ଅନୁସାରେ କିଶୋରନଗର ବ୍ଲକର ଏକ ଏନଜିଓ ସ୍ଥାନୀୟ ଅଞ୍ଚଳରେ ବିରି, ମୁଗ, ରାଶି ଏବଂ ଔଷଧ ବିତରଣ କରିଛି। ଏହି କୃଷି କର୍ମଚାରୀ ସେହି ଅଞ୍ଚଳରେ ଏହି ସବୁ ବିହନ ଓ ଔଷଧ ବିତରଣର ୟୁଟିଲାଇଜେସନ୍ ସାର୍ଟିଫିକେଟ ଏନଜିଓକୁ ଦେବା କଥା। ଏଥିପାଇଁ ଏନଜିଓର କୋର୍ଡିନେଟର୍ ରଞ୍ଜନ ପ୍ରଧାନ କୃଷି କର୍ମଚାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଦେଉ ନଥିଲେ। ଏଥି ପାଇଁ ସେ ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ରଞ୍ଜନ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ବିଶ୍ୱନାଥ ଦାସଙ୍କୁ ଭିଜିଲାନ୍ସ କାବୁ କରିଥିଲା।
ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା।…




