ଭିଡ ଓ ଦୁର୍ଘଟଣା ସମସ୍ୟାର ସ୍ଥାୟୀ ସମାଧାନ ସ୍କାୟୱାକ : ଅପରାଜିତା

ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଓଡ଼ିଶାର ପ୍ରଥମ ସ୍ମାର୍ଟ ସ୍କାୟୱାକ
ଷ୍ଟିଲ ଓ କାଚ ରେ ନିର୍ମିତ ହେବ ପଳାଶୁଣୀ-ରସୁଲଗଡ ୪୫୦ ମିଟର ସ୍କାୟୱାକ
ତିନୋଟି ନୂଆ ଫୁଟ୍ ଓଭର୍ ବ୍ରିଜ୍ ସମେତ ୬ଟି ଲିଫ୍ଟ ଓ ଅତ୍ୟାଧୁନିକ ସୁବିଧା
ଖର୍ଚ୍ଚ ହେବ ୧୮ କୋଟି ୪୨ ଲକ୍ଷ୍ୟ ଟଙ୍କା
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ମାଣ ହେବାକୁ ଯାଉଛି ସ୍କାୟୱାକ ବା ଆକାଶ ମାର୍ଗ ଚଲାପଥ। ସ୍ମାର୍ଟ ସିଟି ତଥା ରାଜଧାନୀ ଭୁବନେଶ୍ୱର ର ଜାତୀୟ ରାଜପଥ ଅନ୍ତର୍ଗତ ପଳାଶୁଣୀ ଠାରୁ ରସୁଲଗଡ ପର୍ଯ୍ୟନ୍ତ ଭିଡ ଓ ବ୍ୟସ୍ତ ବହୁଳ ସ୍ଥାନରେ ଏନ୍‌.ଏଚ୍‌.ଏ.ଆଇ ନିର୍ମାଣ କରିବ ଅତ୍ୟାଧୁନିକ ସ୍କାୟୱାକ୍। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାରମ୍ବାର ପ୍ରୟାସ, ବିଭାଗୀୟ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଉଚିତ୍ ଯୋଗାଯୋଗ ରକ୍ଷା କରି ଭିଡ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆରମ୍ଭ ହୋଇଛି ସଫଳ ପ୍ରୟାସ। ପୂର୍ବରୁ ଭିଡ ଓ ଦୁର୍ଘଟଣା ସମସ୍ୟାର ସମାଧାନ ପାଇଁ ପଳାଶୁଣୀ ଫୁଟ୍ ଓଭର ବ୍ରିଜ୍ କାର୍ଯ୍ୟ କରାଯାଇଥିବା ବେଳେ, ତାହା ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସଫଳ ହୋଇନଥିଲା। ଫଳ ସ୍ୱରୂପ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ।NHAI ତରଫରୁ ଅତ୍ୟାଧୁନିକ ସ୍କାୟୱାକ ପାଇଁ ପ୍ରସ୍ତାବ ଆସିବା ପରେ ପରିଶେଷରେ ୨୦୨୬ ମସିହା ଫେବୃଆରୀ ମାସରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀଙ୍କ ସହ ଏହି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରି ଏହାକୁ ଅନୁମୋଦନ କରାଇବାରେ ସକ୍ରିୟ ପଦକ୍ଷେପ ନେଇଥିଲେ।

ଏହି ଅତ୍ୟାଧୁନିକ ସ୍କାୟୱାକ ସମ୍ପୂର୍ଣ୍ଣ ଷ୍ଟିଲ ଓ କାଚ ରେ ନିର୍ମିତ ହେବାକୁ ଥିବା ବେଳେ ଏହା ରସୁଲଗଡ଼ରୁ ପଳାସୁଣି ପର୍ଯ୍ୟନ୍ତ ପ୍ରାୟ ୪୫୦ ମିଟର ଲମ୍ବା ଏବଂ ୩ ମିଟର ଓସାର ବିଶିଷ୍ଟ ନିର୍ମାଣ କରାଯିବ। ଏହା ସହିତ ୪୫ ମିଟର ଲମ୍ବା ଓ ୩ ମିଟର ଓସାର ବିଶିଷ୍ଟ ରସୁଲଗଡ, ପଳାଶୁଣୀ କେନାଲ ଓ ଜିଜିବି କଲୋନୀ ନିକଟରେ ତିନୋଟି ଫୁଟ୍ ଓଭରବ୍ରିଜ୍ ମଧ୍ୟ ନିର୍ମାଣ କରାଯିବ।ଯେଉଁଠାରେ ଉଭୟ କଡ଼ରେ ଲିଫ୍ଟ ବ୍ୟବସ୍ତା ରହିବ ।ଏହି ପ୍ରକଳ୍ପର ବିଶେଷତ୍ୱ ହେଉଛି, ସ୍କାୟୱାକ୍ ଓ ଫୁଟ୍ ଓଭରବ୍ରିଜ୍‌ଗୁଡ଼ିକ ଆଧୁନିକ ଷ୍ଟିଲ୍ ସଂରଚନା ଏବଂ ଟଫେନ୍ଡ ଗ୍ଲାସ୍ (ମଜବୁତ କାଚ) ବ୍ୟବହାର କରି ନିର୍ମାଣ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ ୬ଟି ଅତ୍ୟାଧୁନିକ ଲିଫ୍ଟ ସ୍ଥାପନ କରାଯିବ। ପୂର୍ବରୁ ଥିବା ପଳାଶୁଣୀ ଫୁଟ୍ ଓଭର ବ୍ରିଜ୍ ମଧ୍ୟ ଏହା ସହ ସଂଯୁକ୍ତ ରହିବ।ମୋଟ ୧୮ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହି ସ୍କାୟୱାକ୍ ନିର୍ମାଣ ପରେ ରସୁଲଗଡ଼–ପଳାସୁଣି ଅଞ୍ଚଳରେ ପଥଚାରୀମାନଙ୍କୁ ବ୍ୟସ୍ତ ଜାତୀୟ ରାଜପଥ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ବସ୍‌ରୁ ଓହ୍ଲାଇଥିବା ଯାତ୍ରୀମାନେ ସୁରକ୍ଷିତ ଭାବେ ସ୍କାୟୱାକ୍ ମାଧ୍ୟମରେ ଯାତାୟାତ କରିପାରିବେ। ଏହା ଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ ପାଇବା ସହ ପଥଚାରୀଙ୍କ ସୁରକ୍ଷା ବହୁଗୁଣ ବୃଦ୍ଧି ପାଇବ।

ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରସୁଲଗଡ଼–ପଳାସୁଣି ଅଞ୍ଚଳରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଏବଂ ପଥଚାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଏହି ପ୍ରକଳ୍ପ ପାଇଁ ନିରନ୍ତର ପ୍ରୟାସ କରିଥିଲେ। ତାଙ୍କ କହିବାନୁସାରେ, ପ୍ରତିଦିନ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏହି ସ୍କାୟୱାକ୍ ଓ ଫୁଟ୍ ଓଭରବ୍ରିଜ୍‌ର ସୁବିଧା ପାଇବେ।ଏହି ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଗୌରବମୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଅତ୍ୟାଧୁନିକ ଡିଜାଇନ୍‌, ସୁରକ୍ଷା ଓ ସୁବିଧାର ସମନ୍ୱୟରେ ଏହା ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ରୁଦ୍ର ନାରାୟଣ ସାମନ୍ତରା,ସାଂସଦଙ୍କ ପ୍ରତିନିଧି ପ୍ରଣୟ କରଣ, ଜାତୀୟ ରାଜପଥ ପ୍ରାଧିକରଣ କତୃପକ୍ଷ ବରିଷ୍ଠ ଅଧିକାରୀ ପ୍ରଦୀପ ଲାଲ୍,ସୂରଜ ସିଂ,ମଣ୍ଡଳ ସଭାପତି ଗୋପୀନାଥ , ଲିପା ଦାସ,ପଳାଶୁଣୀ ଗ୍ରାମ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ସାହୁ, ଯୁବ ନେତା ସିଲୁ,ଜଳନ୍ଧର ସୁବୁଦ୍ଧି,ସଞ୍ଜୋଗ ରାଉତରାୟ, ସୌରଭ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ