ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନ। ଦ୍ରୁତ ଗତିରେ ବୁଲେଟ ଚଳାଉଥିବା ବେଳେ ଦୁର୍ଘଟଣା। ହଠାତ୍ ସ୍ପିଡ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇଲେ ବୁଲେଟ ଚାଳକ । ବୁଲେଟ ସହ ଇଲେକ୍ଟ୍ରିକ୍ ପୋଲ, ଗଛ ଏବଂ ପାର୍କିଂରେ ଥିବା କାର୍ ରେ ପିଟି ହେଲେ ଦୁଇ ଯୁବକ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃକମାନେ ହେଲେ ଦୁଇ ଯୁବକ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ଵେସ ସତ୍ୟଦର୍ଶନ ଦାସ। ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା । ସେପଟେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବିଳମ୍ୱିତ ରାତିରେ ଦୁଇ ଜଣ ଯୁବକ ହାଇ ସ୍ପିଡରେ ବାଇକ ଚଲାଇ ଯାଉଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ଭାରସାମ୍ୟ ହରାଇଥିଲା ଗାଡି । ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ଇଲେକ୍ଟ୍ରିକ୍ ପୋଲ, ଗଛ ଓ ପାର୍କିଂରେ ଥିବା କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




