ଭୂସ୍ଖଳନ ପରେ ଟ୍ୟାକ୍ସି ଚାପି ହୋଇଯିବାରୁ ୧୩ ମୃତ

ଶିମଲା : ଶୁକ୍ରବାର ହିମାଚଳ ପ୍ରଦେଶରେ ଘଟିଛି ଏକ ବଡ ଅଘଟଣ। ଲାହୌଲ-ସ୍ପିତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉଦୟପୁର-କିଲାଡ ରାସ୍ତାରେ କାଡୁ ନାଲା ନିକଟରେ ହଠାତ୍ ଭୂସ୍ଖଳନ ଘଟି କୁଲୁରୁ ପାଙ୍ଗି ଯାଉଥିବା ଏକ ଟ୍ୟାକ୍ସି ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଲାହୌଲ-ସ୍ପିତିର ପୁଲିସ ଅଧିକ୍ଷକ ଶିବାନୀ ମେହଲା ଏହାକୁ ନିଶ୍ଚିତ କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଟିଣ୍ଡି ପୁଲିସ, ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ରିପୋର୍ଟ ଅନୁଯାୟୀ, ଭୂସ୍ଖଳନ ଯୋଗୁଁଁ ଗୋଟିଏ ଦିନ ପୂର୍ବରୁ ଉଦୟପୁର-କିଲାଡ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳସ୍ୱରୂପ, ଟ୍ୟାକ୍ସିରେ ଥିବା ସମସ୍ତ ଯାତ୍ରୀ ଟିଣ୍ଡିରେ ଫସି ରହିଥିଲେ। ଶୁକ୍ରବାର ରାସ୍ତା ପୁନରୁଦ୍ଧାର ହେବା ପରେ, ଗାଡ଼ିଟି ପାଙ୍ଗି ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ କାଡୁ ନାଲା ନିକଟରେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ ଧସି ଯାଇଥିଲା ଏବଂ ଟ୍ୟାକ୍ସିଟି ତା’ ତଳେ ଚାପି ହୋଇଯାଇଥିଲା।
ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଆହତ ଅବସ୍ଥାରେ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଅନ୍ୟ ଯାତ୍ରୀମାନଙ୍କୁ ଖୋଜା ଚାଲିଛି, ଏବଂ ଭଗ୍ନାବଶେଷ ଅପସାରଣ ଦ୍ରୁତ ଗତିରେ ଚାଲିଛି। କର୍ତ୍ତୃପକ୍ଷ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ହିଁ ଯାତ୍ରୀଙ୍କ ସଂଖ୍ୟା ଏବଂ ମୃତାହତଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରାଯିବ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ