ମନ୍ତ୍ରୀଙ୍କ କାରକେଡ ଉପରକୁ ଢେ଼ଲାମାଡ଼

ବାରିପଦା: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ‌ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍‌ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବାଙ୍ଗିରିପୋଷି ଠାରୁ ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଯାଇ ଫେରିବା ପରେ ତାଙ୍କ କାରକେଡ୍ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ଯେଉଁ ସମୟରେ ଏହି ଉତ୍ତେଜନା ଦେଖାଯାଇଥିଲା, ସେହି ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗସ୍ତ ଶେଷ କରିସାରିଥିଲେ।
ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ଆକଳନ କରି ଫେରିଥିଲେ। ମନ୍ତ୍ରୀ କାରକେଡ୍‌ ମାଧ୍ୟମରେ ହେଲିପେଡରେ ପହଞ୍ଚି ଥିଲେ। ପରେ ସେ ଭୁବନେଶ୍ବର ଯାଇଥିଲେ। ତେବେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା ଗାଡ଼ି ଫେରିବା ସମୟରେ ଢ଼େଲାମାଡ଼ର ଶିକାର ହୋଇଥିଲା। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି। ଢ଼େଲାମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ଢେଲାମାଡ଼ରେ ଆହତ କନଷ୍ଟେବଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି।

  • Related Posts

    ୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି

    ରାଜ୍ୟ ସରକାର ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଦୁଇଟି ପୃଥକ ବିଜ୍ଞପ୍ତିରେ ଓଏଏସ୍ ଅଫିସରମାନଙ୍କ ଅଦଳବଦଳ ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସାଫଲ୍ୟମଣ୍ଡିତ ପ୍ରଧାନଙ୍କୁ ବିଏମସି ଅତିରିକ୍ତ କମିଶନର…

    Continue reading
    ଏସସିବି ମେଡିକାଲ ପାଣି ଟାଙ୍କିରୁ ଡେଇଁଲେ ଯୁବକ

    କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ । ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଟକେଇବାକୁ ସବୁ ଚେଷ୍ଟା ହେଲା ବିଫଳ । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ଟାଙ୍କି ଉପରୁ ତଳକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ