ମମତା ବାନର୍ଜୀଙ୍କ ପତନ ସୁନିଶ୍ଚିତ: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର: ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଓ ଜଗନ୍ନାଥ ଧାମ ନାମକରଣକୁ ନେଇ ବିବାଦ ତେଜିଥିବା ବେଳେ ଏବେ ସୋସିଆଲ ମିଡିଆରେ ବଏକଟ ଓଡ଼ିଆ ବୋଲି ମଧ୍ୟ କିଛି ମେସେଜ ଭାଇରାଲ ହେବାରେ ଲାଗିଛି । ମନ୍ଦିର ପ୍ରତିଷ୍ଠା ପାଖରୁ ହିଁ ଅସନ୍ତୋଷ ଘନେଇ ଥିବା ବେଳେ ପୁଣି ତାହା ଜଗନ୍ନାଥ ଧାମ କୁହାଯିବା ଓ ଲେଖାଯିବା ଓଡ଼ିଆମାନଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଅପମାନ ବୋଲି ଅସନ୍ତୋଷ ତେଜିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କର ଏମିତି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।
ସାଂସଦ ଆହୁରି କହଛନ୍ତି, “ଲକ୍ଷ ଲକ୍ଷ ମନ୍ଦିର ହୋଇଯାଉ, ଧାମ 4ଟି ଧାମ ଅଛି । ଜଗନ୍ନାଥ ଧାମ ଗୋଟିଏ ଅଛି । ଜଗନ୍ନାଥ ଧାମରେ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କଲେ । ବଦ୍ରୀ ଧାମରେ ଜ୍ୟୋତିଷ ପୀଠ ପ୍ରତିଷ୍ଠା କଲେ, ସୃଙ୍ଗେରୀରେ ସୃଙ୍ଗେରୀ ମଠ ପ୍ରତିଷ୍ଠା ହେଲା, ଦ୍ଵାରିକାରେ ଶାରଦା ପୀଠ ପ୍ରତିଷ୍ଠା ହେଲା । ଏମିତି ଶଙ୍କରାଚାର୍ଯ୍ୟ ଭାରତର ଚାରି କୋଣରେ ଚାରି ଧାମର ପୁନରୁଦ୍ଧାର କଲେ, ସେଠି ବେଦ ପ୍ରଚାର ପାଇଁ ଚାରୋଟି ମଠ ପ୍ରତିଷ୍ଠା କଲେ । ଏହି ଧାମକୁ ଦୁନିଆ ଜାଣିଛି, ଏଠାରେ ଧାମ ପାଇଁ ଗୋଟେ ବ୍ୟାଚ ଦରକାର ନାହିଁ । ଯେହେତୁ ସେଠାରେ କେହି ଧାମ ବୋଲି ମାନୁନାହାନ୍ତି ତେଣୁ ଜଗନ୍ନାଥ ଧାମ ବୋଲି ସେ ଗୋଟିଏ ବ୍ୟାଚ ଲଗେଇଲେ । ତାକୁ ଦେଖିକି କେହି ମାନିବେ କି ?। ଯେମିତି ବୟକଟ ବିଷ୍ଣୁ ବୋଲି କରିଥିଲା ହିରଣ୍ୟ କଷିପୁ, ବୟକଟ କୃଷ୍ଣ ବୋଲି କରିଥିଲା ପୁଣ୍ଡରିକ ବାସୁଦେବ ଏମାନେ ସବୁ ଯେତେ ବୟକଟ କଲେ ପରିଣାମ କଣ ହେଲା ସେମାନଙ୍କ ସଂହାର ହେଲା । ସେହିଭଳି ମମତା ବାନର୍ଜୀଙ୍କର ପତନ ଏଥର ଅନିର୍ବାଯ୍ୟ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ଶାସନ ଆସିବ । ଜଗନ୍ନାଥଙ୍କର ଇଚ୍ଛା ହେଲାଣି, ସେ ଓଡ଼ିଶାରେ ଆଣି ସାରିବା ପରେ ବଙ୍ଗ ଆଡ଼କୁ ଦୃଷ୍ଟି ପକେଇଲେଣି । ଜଗନ୍ନାଥଙ୍କ କୃପା, କଟାକ୍ଷରେ ବିଜେପି ଶାସନ ଆସିବା ପୂର୍ବରୁ ଏହା ଏକ ଆଭାସ । ମମତା ବାନର୍ଜୀଙ୍କର ଅହଂକାରର ଚରମ ସୀମା ସ୍ପର୍ଶ କଲା ତେଣୁ ତାଙ୍କର ପତନ ସୁନିଶ୍ଚିତ, ବିଜେପିର ଶାସନ ଆସିବ ଏଇଟା ପୂର୍ବାଭାସ ଜଣାପଡୁଛି ।”

  • Related Posts

    ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

    କଟକ: ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର…

    Continue reading
    ଚିଲିକା ମଝିରେ ଅଟକିଲା ଡଙ୍ଗା

    କୃଷ୍ଣପ୍ରସାଦ:ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଏବଂ ୨୫ ମୋଟର ସାଇକେଲ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାତ୍ରା କରିଥିଲା। ତେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ