ମମତାଙ୍କ ଗୋଡ଼ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ

କଲକାତା : ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଗୋଡ ଭାଙ୍ଗିବା କାରଣରୁ ମମତା ଭଙ୍ଗା ଗୋଡରେ ହୁଇଲ୍ ଚେୟାରରେ ବସି ନିର୍ବାଚନ ପ୍ରଚାର କରିଥିଲେ। ଏଥିପାଇଁ ସେ ଭୋଟରଙ୍କ ଅନୁକମ୍ପା ହାସଲ କରି ନିର୍ବାଚନ ବିଜୟୀ ହୋଇଥିଲେ। ତେବେ ବର୍ତ୍ତମାନର ବିଜେପି ସରକାର ମମତାଙ୍କ ଏହି ଗୋଡ ଭାଙ୍ଗିବା ଘଟଣାକୁ ମିଛ ବୋଲି କହିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶନିବାର ସାମ୍ବାଦିକ ସମ୍ମିଳନୀ କରି ମମତାଙ୍କ ଚିକିତ୍ସା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ବାଙ୍ଗରୁ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସର ହୋଇଥିବା ଚିକିତ୍ସା ରିପୋର୍ଟରେ ମମତାଙ୍କ ଗୋଡ ଭାଙ୍ଗି ନଥିବା ଏପରି କି ଖଞ୍ଜା ଖସି ନଥିବା ଦର୍ଶାଯାଇଛି। ମାତ୍ର କଲକାତାର ଏସ୍ଏସ୍‌କେଏମ୍ ହସ୍ପିଟାଲର ରିପୋର୍ଟରେ ମମତାଙ୍କ ବାମ ଗୋଡ ଗୋଇଠି ଓ ପାଦର ହାଡରେ କ୍ଷତ ହୋଇଥିବା ଦର୍ଶାଯାଇଥିଲା। ଏପରିକି ତାଙ୍କ କାନ୍ଧ, କହୁଣୀ ଓ ବେକରେ ଯନ୍ତ୍ରଣା ହେଉଥିବା କୁହାଯାଇଥିଲା। ତେଣୁ କେଉଁ ରିପୋର୍ଟ ସତ ଓ କେଉଁ ରିପୋର୍ଟ ମିଛ ତା’ର ସବିଶେଷ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମମତାଙ୍କ ଏହି ଗୋଡ ଭାଙ୍ଗିବା ଘଟଣାର ମିଛ ବାହାନା ପଛରେ କେଉଁମାନେ ଜଡିତ ଥିଲେ ତା’ର ତଦନ୍ତ କରାଯିବ। ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନ ଶେଷ ପରେ ଅକ୍ଟୋବର ୯ରେ ଏହି ଘଟଣାର ସବିଶେଷ ତଦନ୍ତ କରାଯିବ ବୋଲି ଶୁଭେନ୍ଦୁ କହିଛନ୍ତି।

  • Related Posts

    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading
    ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

    ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ