ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି :ମୋଦି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟର ବିପୁଳ ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବ ମନାଇଛି ଦଳ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି ବିଜୟକୁ ଐତିହାସିକ ବୋଲି ଦର୍ଶାଇଛନ୍ତି। ଏତିକି ନୁହେଁ, ବିଜୟ ଉତ୍ସବରେ ବିରୋଧୀ, ବିଶେଷ କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍‌ ହୋଇଛି। ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି। ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ। ବିଜେପିର ସୁଶାସନ ଉପରେ ଏହା ଜନତାଙ୍କ ମୋହର। ସୁଶାସନ କଥା ଆସିଲେ ଲୋକେ ବିଜେପି ଓ ଏନ୍‌ଡିଏକୁ ଭରସା କରନ୍ତି। ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିଛୁ। ଆମ ସୁଶାସନ ମଡେଲ୍ ଉପରେ ଜନତାଙ୍କ ଭରସାକୁ ଆମେ ବଜାୟ ରଖିବୁ।
ଏହି ବିଜୟ ଉତ୍ସବରେ ପୁଣିଥରେ ‘ଏକ୍‌ ହେଁ ତୋ ସେଫ୍ ହେଁ’ ନାରା ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନର ସନ୍ଦେଶ ହେଉଛି ‘ଏକ୍‌ ହେଁ ତୋ ସେଫ୍ ହେଁ’। ଏହା ଏବେ ଦେଶର ମହାମନ୍ତ୍ର। ଜାତି, ଧର୍ମ ଆଧାରରେ ବିଭାଜନକାରୀ ଶକ୍ତିକୁ ଲୋକେ ଶିକ୍ଷା ଦେଇଛନ୍ତି। ଆରକ୍ଷଣ ଓ ସମ୍ବିଧାନକୁ ନେଇ କଂଗ୍ରେସ ମିଛ କହିଛି। କଂଗ୍ରେସର ମିଛକୁ ଲୋକେ ଖାରଜ କରିଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଏନ୍‌ଡିଏକୁ ବାଛିଛନ୍ତି। ଇଣ୍ଡି ଦେଶର ବଦଳୁଥିବା ମିଜାଜକୁ ବୁଝି ପାରିଲାନି। ଏମାନେ ସତ୍ୟକୁ କେବେ ସ୍ବୀକାର କରନ୍ତି ନାହିଁ। ଆମେ ମିଶିକି ଆଗକୁ ବଢ଼ିବା, ଏକଜୁଟ ହୋଇ ବଢ଼ିବା ବୋଲି ମୋଦି କହିଛନ୍ତି।

ଏହି ସମ୍ବୋଧନ ବେଳେ ସମ୍ବିଧାନ ଓ ଧାରା ୩୭୦କୁ ନେଇ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, ଦୁନିଆର କୌଣସି ଶକ୍ତି ୩୭୦କୁ ଫେରାଇ ଆଣି ପାରିବନି। ପୂରା ଦେଶରେ ଗୋଟିଏ ହିଁ ସମ୍ବିଧାନ ଚାଲିବ। ଯିଏ ୨ଟି ସମ୍ବିଧାନର କଥା କହିବ, ଲୋକେ ତାଙ୍କୁ ଖାରଜ କରିବେ। କଂଗ୍ରେସକୁ ପରଜୀବୀ ପାର୍ଟି କହି ସମାଲୋଚନା କଲେ ମୋଦି। ନିଜେ ବୁଡ଼ିବା ସହ ସହଯୋଗୀ ଦଳଙ୍କୁ ବି କଂଗ୍ରେସ ବୁଡ଼ାଉଛି ବୋଲି ମୋଦି କହିଥିଲେ। ସେ କହିଛନ୍ତି, କଂଗ୍ରେସ ଧର୍ମ ନିରପେକ୍ଷତା ନାଁରେ ଆମ ପରମ୍ପରାକୁ ନଷ୍ଟ କରିଛି। କଂଗ୍ରେସର ତୁଷ୍ଟୀକରଣ ରାଜନୀତି ଦେଶକୁ ବରବାଦ୍ କରିଛି। ତୁଷ୍ଟୀକରଣ ପାଇଁ ଆଇନ୍ କଲେ, ୱାକଫ୍ ବୋର୍ଡ ଏହାର ଉଦାହରଣ। ୨୦୧୩ରେ ୱାକଫ୍ ବୋର୍ଡଙ୍କୁ ଅଧିକ କ୍ଷମତା ଦେଲା କଂଗ୍ରେସ। ସମ୍ବିଧାନରେ ୱାକଫ୍ ବୋର୍ଡର ସ୍ଥାନ ନଥିଲା, କିନ୍ତୁ କଂଗ୍ରେସ ସ୍ଥାନ ଦେଲା। ନିଜ ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ କଂଗ୍ରେସ ଏସବୁ କରିଛି। ଗୋଟିଏ ପରିବାରର କ୍ଷମତା ଲୋଭ ଏତେ ଯେ, ଦଳକୁ ଖାଇଗଲେ। କଂଗ୍ରେସକୁ ଚଳାଇବାକୁ ଗୋଟିଏ ପରିବାରକୁ ହିଁ ଅଧିକାର ମିଳିଛି ବୋଲି କହି କଟାକ୍ଷ କରିଥିଲେ ମୋଦି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ