ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୬ତମ ସଂସ୍କରଣରେ ଯୁବବର୍ଗମାନଙ୍କୁ ଏନ୍ସିସିରେ ଯୋଗଦେବାକୁ ନିବେଦନ କରିଛନ୍ତି । ଏହା ଯୁବବର୍ଗ ମଧ୍ୟରେ ନୁଆ ଉତ୍ସାହ ଭରିଦେଇଛି । ଏନେଇ ରାଜ୍ୟର ପ୍ରତ୍ୟେକ ସ୍କୁଲ କଲେଜର ଛାତ୍ରୀଛାତ୍ର ମାତୃଭୂମିର ସେବା ପାଇଁ ଉର୍ତ୍ସଗୀକୃତ ମନୋଭାବ ରଖି ଏନ୍ସିସିରେ ଯୋଗଦେବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ପ୍ରତିବର୍ଷ ପରି ଜାନୁଆରୀ ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଯୁବ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଚଳିତବର୍ଷ ରାଜ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳନ କରାଯିବ । ଏଥିସହ ବରିଷ୍ଠ ନାଗରିକଙ୍କ ପେନ୍ସନ ସମୟର ଅସୁବିଧା ଦୂର କରିବା ପାଇଁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟର ବ୍ୟବସ୍ଥା କରିଥିବାରୁ ଶ୍ରୀ ସାମଲ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତିି । ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଶେଖପୁର (ୱାର୍ଡ ନଂ.୮)ରେ ଶ୍ରୀ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଜିଲା ଉପସଭାପତି ନିରଞ୍ଜନ ମିଶ୍ର, ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ସମତେ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




