ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ କାବୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ତଥା ବାଗେଡ଼ିଆ ଥାନା ଇଲାକାରେ ଗତ ରବିବାର ଏକ ଲଜ୍ଜାଜନକ ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ପାଳଲହଡ଼ା ଅଞ୍ଚଳରୁ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ ଟ୍ରାକ୍ଟରରେ କାମ କରୁଥିବା ୩ ଜଣ ଶ୍ରମିକ ଗଣଦୁଷ୍କର୍ମ କରିଛନ୍ତି । ଗତକାଲି ଏ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡ଼ିଛି ।ପ୍ରକାଶ ଯେ, ପୀଡ଼ିତାଙ୍କ ଘର ପାଳଲହଡ଼ା ଅଞ୍ଚଳରେ । ସେ ଗତ ୩ ତାରିଖରେ ତାଙ୍କର ଜଣେ ସମ୍ପର୍କୟଙ୍କ ଘରକୁ ଛେଣ୍ଡିପଦା ଆସିଥିଲେ । ସେହିଦିନ ଅପରାହ୍ଣ ୩ଟା ବେଳେ ସମ୍ପର୍କୀୟ ଭଣଜା ସହ ସେ ବାଇକ୍‌ରେ ଘରକୁ ଫେରୁଥିଲେ । ବାଟରେ ହୋଟେଲ୍‌ରେ ଖାଇବା ସହ ଚାରବାଟିଆଠାରେ ବାଇକ୍‌ରେ ପେଟ୍ରୋଲ ଭରିଥାନ୍ତେ । ହେଲେ ଅଧାରାସ୍ତାରେ ମହିଳା ଜଣକ ଶୌଚ ପାଇଁ ଯାଇଥିବାବେଳେ ଟ୍ରାକ୍ଟର୍‌ରେ ଆସୁଥିବା ବାରମଞ୍ଚା ଗ୍ରାମର ରଞ୍ଜନ କୁମାର ମୁଖୀ (୨୮) ସମେତ ଦୁଇ ନାବାଳକ ତାଙ୍କୁ ଦେଖିଥିଲେ । ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ବିରୋଧ କରିବାରୁ ତାଙ୍କର ସମ୍ପର୍କୀୟ ଭଣଜାକୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରି ଭଗାଇ ଦେଇଥିଲେ । ରଞ୍ଜନ ସମେତ ଦୁଇ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ଭିଡ଼ିଓ ରେକର୍ଡ଼୍‌ କରିଥିବା ଗତକାଲି ବାଗେଡ଼ିଆ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ବୁଧବାର ପୁଲିସ ଡଗ୍‌ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲା । ବିଏନ୍‌ଏସ୍‌ ଦଫା ୭୦(୧), ୩୫୧(୩) ଏବଂ ସେକ୍ସନ୍‌ ୬୬ (ଇ) ଆଇଟି ଆକ୍ଟରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏସ୍‌ପିଙ୍କ ତତ୍ତ୍ୱାବଧାନରେ ପୁଲିସ୍‌ ପକ୍ଷରୁ ୩ଟି ସ୍କ୍ୱାଡ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଠାବ କରାଯିବା ସହ କାବୁ କରାଯାଇଥିଲା । ଶ୍ରମିକ ନିୟୋଜିତ ଥିବା ଟ୍ରାକ୍ଟର ସାଙ୍ଗକୁ ସେମାନଙ୍କ ଦ୍ୱାରା ବ୍ୟବହୃତ ଦୁଇଟି ମୋବାଇଲ୍‌ ଫୋନ୍‌, ପୋଷାକପତ୍ର ପୁଲିସ ଜବତ କରିଛି । ପୀଡ଼ିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • Related Posts

    ସୌମ୍ୟ ମୃତ୍ୟୁ ମାମଲା ; ଆଉ ଜଣେ ଗିରଫ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ…

    Continue reading
    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

    ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ