ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

୧୬ ମାସରେ ୩୭,୦୦୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା
ରାଜଧାନୀ ଛାତି ଉପରେ ଗଣଦୁଷ୍କର୍ମ କରି ଫିଙ୍ଗି ଦିଆଯାଉଛି, ପୋଲିସ ନୀରବଦ୍ରଷ୍ଟା
ପଶ୍ଚିମବଙ୍ଗ ଦୁଷ୍କର୍ମ ମାମଲାରେ ତତ୍ପରତା, ରାଜ୍ୟରେ ହେଉଥିବା ମାମଲାରେ ନିରବତା

ଭୁବନେଶ୍ୱର, ୧୮/୧୦: ରାଜଧାନୀ ଭୁବନେଶ୍ୱରର ଅଶୋକ ନଗର ଅଞ୍ଚଳରେ ଗୋଟିଏ ୧୭ ବର୍ଷୀୟ ଝିଅର ଗଣଦୁଷ୍କର୍ମ ଘଟଣା ଗତକାଲି ଲୋକଲୋଚନକୁ ଆସିବା ପରେ ଆଜି ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନ ଠାରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ମହିଳା ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀମତୀ ସୁମିତ୍ରା ଜେନା ଏବଂ ସାଧାରଣ ସମ୍ପାଦକ ଶ୍ରୀମତୀ ରଞ୍ଜିତା ସାହୁ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରଥିଲେ । ଶ୍ରୀମତୀ ସୁଲତା ଦେଓ କହିଥିଲେ, ରାଜଧାନୀ ଭୁବନେଶ୍ୱରର ଛାତି ଉପରେ, ଅଶୋକ ନଗର ଅଞ୍ଚଳରେ, ଗୋଟିଏ ୧୭ ବର୍ଷର ଝିଅକୁ ଗଣଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ଫିଙ୍ଗି ଦିଆଯାଉଛି, କିନ୍ତୁ ପୋଲିସ ପ୍ରଶାସନ ଜାଣି ପାରୁନି । ରାଜଧାନୀର ଛାତି ଉପରେ ଯଦି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ସକ୍ଷମ ନୁହଁନ୍ତି, ତାହେଲେ ଅନ୍ୟ ଜାଗାରେ କିଭଳି ସୁରକ୍ଷା ପ୍ରଦାନ କରି ପାରିବେ । ରାଜ୍ୟରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ଖବର କାଗଜରେ ଶିରୋନାମା ପାଲଟୁଛି । ରାଜ୍ୟରେ ଗତ ୧୬ ମାସରେ ୩୭,୭୫୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଯାହା ଭିତରେ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣା ରହିଛି । ବିରୋଧୀ ଦଳମାନଙ୍କ ତରଫରୁ ଏଥିନେଇ ବିଧାନସଭାରେ ଓ ବାହାରେ ସ୍ୱର ଉତ୍ତୋଳନ କରାଯାଇ ଆସୁଥିଲେ ମଧ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ।
ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ଅଶୋକ ନଗର ଗଣଦୁଷ୍କର୍ମ ଘଟଣାରେ ପୋଲିସ ସ୍ପଷ୍ଟୀକରଣ ଦେଇ ଏହା ଏକ ସେକ୍ସ ରାକେଟ ମାମଲା କୁହାଯାଇଛି । କିନ୍ତୁ, ଯଦି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେି ସେକ୍ସ ରାକେଟ ଚାଲୁଛି, ତାହେଲେ ପୋଲିସ ଏଠାରେ କରୁଛି କଣ? ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, କିନ୍ତୁ ସରକାର ଏଥିପ୍ରତି ନିଘା ନାହିଁ ।
ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ, ପଶ୍ଚିମବଙ୍ଗରେ ଓଡ଼ିଆ ଝିଅର ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ପୀଡିତା ସହିତ କଥା ହୋଇ ତାଙ୍କ ବାର୍ତ୍ତାଳାପର ଭିଡିଓ ଗଣମାଧ୍ୟମରେ ଛାଡିଲେ । ରାଜ୍ୟ ମହିଳା କମିସନ ସେଠାକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଲେ । କିନ୍ତୁ, ରାଜ୍ୟରେ ପ୍ରତିଦିନ କେହି ନା କେହି ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ନା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ କଥା ହେଉଛନ୍ତି ନା ରାଜ୍ୟ ମହିଳା କମିସନ ସେମାନଙ୍କ ନିକଟକୁ ଯାଉଛନ୍ତି । ଦୁଃଖ ଓ ପରିତାପର ବିଷୟ, ଦୁଷ୍କର୍ମ, ଗଣଦୁଷ୍କର୍ମ ଘଟଣାରେ, ସରକାର ରାଜନୀତି କରିବାକୁ ପଛାଉ ନାହାନ୍ତି । ପଶ୍ଚିମବଙ୍ଗରେ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ, ରାଜ୍ୟରେ ହେଉଥିବା ମାମଲା ଗୁଡିକରେ, ସରକାର ନିରବତା ଅବଲମ୍ୱନ କରୁଛନ୍ତି । ଏହା ରାଜ୍ୟ ସରକାରଙ୍କ ହୀନ ରାଜନୀତି ବୋଲି ଶ୍ରୀମତୀ ସାହୁ କହିଥିଲେ ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ