ମହୁମାଛି ଆକ୍ରମଣରେ ଯୁବକ ମୃତ

ବାଲିଗୁଡ଼ା : ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବି.ମହେଶ୍ୱର ଦୋରା। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଖଜୁରୀନାଳ ସାହିରେ। ଆଜି ସକାଳେ ମହେଶ୍ୱର ତାଙ୍କ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିବାକୁ ଯାଇଥିଲେ। ଘରକୁ ଫେରିବା ପରେ ସେ ଛାତ ଉପରକୁ ଯାଇଥିଲେ। ସେଠାରେ ହଠାତ୍ ମହୁମାଛିମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହେଶ୍ୱର ବିବାହ କରିଥିଲେ। ସେ ବାଲିଗୁଡ଼ା ସହରରେ ଚୁଡ଼ି ବ୍ୟବସାୟ କରୁଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି। ମହେଶ୍ୱରଙ୍କ ବାପା ବି.ଦୁର୍ଗା ଦୋରା କହିଛନ୍ତି, ତିନି ମହଲା ଘରର ଛାତ ଉପରେ ଏକ ମହୁବସା ଅଛି। ୪/୫ ବର୍ଷ ହେଲାଣି ମହୁମାଛି ସେଠାରେ ରହୁଛନ୍ତି। କେବେ କିଛି ହୋଇ ନଥିଲା। ଆଜି ପୁଅକୂ ମାରି ଦେଲେ।

  • Related Posts

    ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ

    ଭୁବନେଶ୍ୱର,: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ…

    Continue reading
    ହାତୀ ଆକ୍ରମଣରେ ଆଉ ଜଣେ ଚାଷୀ ମୃତ

    ଦେବଗଡ:ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳ ଚଡ଼େଇମେରା ଗ୍ରାମର ଜଣେ ଚାଷୀ ହାତୀ ଆକ୍ରମଣ ମୃତ୍ୟୁ ଘଟିଥିବା ଫରେଷ୍ଟ ବିଭାଗ ତରଫରୁ ସୂଚନା ମିଳିଅଛି ।ମୃତକ ହେଲେ ଚଡ଼େଇମେରା ଗ୍ରାମର କଡୁ ବେହେରାଙ୍କ ପୁତ୍ର ପୁଅ ପ୍ରଫୁଲ୍ଲ ବେହେରା (୫୫)। ସୂଚନା ଅନୁଯାୟୀ,ପ୍ରଫୁଲ୍ଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ