
ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ଘଟଣା ଯୋଗୁଁ ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ଦୀନବନ୍ଧୁ କହିଛନ୍ତି,“ଭୁଲ୍ ଟା ଭୁଲ୍, ଭୁଲ୍କୁ ଆମେ ସ୍ୱୀକାର କରୁଛୁ।” ଏହାସହ ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣା ପଛରେ ରାଜନୈତିକ ହସ୍ତକ୍ଷେପ ଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ସେମାନେ ଗରିବ ଖଟିଖିଆ ଅଟୋ, ଟ୍ୟାକ୍ସି ଓ ବାଇକ୍ ଚାଳକ ବୋଲି ଦୀନବନ୍ଧୁ କହିଛନ୍ତି। ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନର ପନ୍ଥା ଆପଣାଇଥିବା ସେ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣା ପରେ ଦୀନବନ୍ଧୁ ନାୟକ ଫେରାର ଥିବା ଜଣାପଡ଼ିଛି। ଘଟଣାରେ ପୁଲିସ ମୋଟ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣକରିଥିବା ବେଳେ୩୫୪ଟି ଗାଡ଼ି ଜବତକରାଯାଇଛି। ଖାରବେଳନଗର ଥାନାରେ ଏନେଇ୭ଟି ଏଫ୍ଆଇଆର୍ ରୁଜୁ ହୋଇଛି। ଅନ୍ୟପଟେ ଟ୍ୟାକ୍ସି ଆସୋସିଏସନର ଘର ଉପରେ ବୁଲଡୋଜର ଚାଲିଥିବା ବେଳେ, ହିଂସା ଘଟଣାରେ ଅଭିଯୁକ୍ତ ଗାଡ଼ି ମାଲିକଙ୍କ ଗାଡ଼ିର ପରମିଟ୍ ଓ ଆର୍ସି କାହିଁକି ବାତିଲ ହେବ ନାହିଁ, ସେନେଇ ପରିବହନ ବିଭାଗ ପକ୍ଷରୁ ସୋ’ କଜ୍ ନୋଟିସ୍ ଜାରି କରାଯାଇଛି।




