
ଭୁବନେଶ୍ୱର: ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମନାକୁ ଆସି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିଥିବାବେଳେ ଗୁରୁବାର ଶ୍ରୀ ତ୍ରିପାଠୀ ଏହାର ଜବାବ ଦେଇଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଚିଟଫଣ୍ଡ କେସ ବିଚାରାଧୀନ ଅଛି । ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ୱାକଫ ପ୍ରସଙ୍ଗ ଏଡ଼ାଇବା ପାଇଁ ମୋତେ ଟାର୍ଗେଟ କରାଯାଉଛି । ମୁଁ ଦଳରେ ନାହିଁ କହିବା ମହାମିଛ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି ।







