
ଭୁବନେଶ୍ୱର: ଦେବାଶିଷଙ୍କୁ ପିସିସ ସଭାପତି ଭକ୍ତଙ୍କ କିଟ ଛାଟ । କିଟ ପ୍ରସଙ୍ଗରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗାରେ ପିସିସି ସଭାପତି ଭକ୍ତଚରଣ ଦାସ ତାଙ୍କୁ ତାଗିଦ କରିଛନ୍ତି । କିଟ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କରେ ଥାଇପାରେ, କିନ୍ତୁ ସେ ପ୍ରଶଂସା କରିପାରିବେନି ବୋଲି ଶ୍ରୀ ଦାସ କହିଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କିଛି କହିପାରିବେନି । ଦଳର ଆଭିମୁଖ୍ୟ ବାହାରକ ଯାଇ କେହି କହିପାରିବେନି । କିଟ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ନେଇ ମୁଁ ତାଙ୍କୁ ତାଗିଦ କରିଛି ବୋଲି ଶ୍ରୀ ଦାସ କହିଛନ୍ତି ।



