ମୁଁ ମଣିଷ, ଭଗବାନ ନୁହେଁ:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ ପୋଡକାଷ୍ଟରେରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି।

ମୋଦି କହିଛନ୍ତି, “ଭୁଲ ହୁଏ। ମୁଁ ମଧ୍ୟ କିଛି ଭୁଲ କରିପାରେ। ମୁଁ ଜଣେ ମଣିଷ। ଭଗବାନ ନୁହେଁ।” ଜେରୋଧାର ସହ ପ୍ରତିଷ୍ଠା ନିଜର ଭାବନା ଓ ଭାଷା ଗତ ଜ୍ଞାନ ସମ୍ପର୍କରେ ପୋଡକାଷ୍ଟରେ ମତ ରଖିଛନ୍ତି। ସେ ଗୋଟିଏ ସମୟରେ ଥଟ୍ଟାମଜାରେ ନିଜର ‘ଖରାପ ହିନ୍ଦୀ’ କଥା କହିଛନ୍ତି।

ନିଖିଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି, “ସାର, ଯଦି ମୋର ହିନ୍ଦୀ ଭଲ ଲାଗିବନି, ମୋତେ ଦୟା କରି କ୍ଷମା କରିଦେବେ। ମୁଁ ଜଣେ ଦକ୍ଷିଣ ଭାରତୀୟ। ମୁଁ ବେଙ୍ଗାଲୁରୁରେ ବଢ଼ିଛି। ମୋ ମା’ଙ୍କ ସହର ହେଉଛି ମହୀଶୂର। ଏଠାରେ ଲୋକମାନେ କନ୍ନଡରେ କଥା ହୁଅନ୍ତି। ମୋ ବାପା ମାଙ୍ଗାଲୁରୁ ପାଖର। ମୁଁ ସ୍କୁଲରେ ଯେତିକି ହିନ୍ଦୀ ଶିଖିଛି। ହିନ୍ଦୀ ଉପରେ ମୋର ସେତେଟା ଦକ୍ଷତା ନାହିଁ।”ଏକଥା ଶୁଣି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ଦୁଇ ଜଣଙ୍କର ଏମିତି ହିଁ ଚାଲିବ। ମୁଁ ଆପଣଙ୍କ ସାମ୍ନାରେ ବସିଛି ଓ କଥା ହେଉଛି। ମୋତେ ନର୍ଭସ ଲାଗୁଛି। ଏହା ମୋ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା। ଏହା ମୋର ପ୍ରଥମ ପୋଡକାଷ୍ଟ। ଏହା ଆପଣଙ୍କ ଦର୍ଶକମାନଙ୍କ ପାଖକୁ କେମିତି ଯିବ, ସେକଥା ମୁଁ ଜାଣିପାରୁନି।”

୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି। ମୋଦି କହିଛନ୍ତି, “ମୋ ପରିବାରର ସବୁ ସଦସ୍ୟଙ୍କ କପଡ଼ାକୁ ମୋତେ ସଫା କରିବାକୁ ପଡ଼େ। କାରଣ କପଡ଼ା ସଫା କରିବା ଦ୍ୱାରା ମୋତେ ପୋଖରୀକୁ ଯିବାକୁ ଅନୁମତି ମିଳୁଥିଲା। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୋ ପୁରୁଣା ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକୁଥିଲି। ହେଲେ ମୁଁ ସେମାନଙ୍କ ସହ ମଜା କରିପାରୁ ନଥିଲି। କାରଣ ମୁଁ ସେମାନଙ୍କୁ ବନ୍ଧୁ ଭାବେ ଦେଖୁଥିବା ବେଳେ ସେମାନେ ମୋତେ ମୁଖ୍ୟମନ୍ତ୍ରୀଙ୍କ ଭଳି ବ୍ୟବହାର କରୁଥିଲେ।”

ମଣିଷ ମାତ୍ରେ ଭୁଲ ଉପରେ ଗୁରୁତ୍ୱ ଦେଇ ମୋଦି କହିଛନ୍ତି, “ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଗୋଟିଏ ଭାଷଣରେ କହିଥିଲି ଯେ ମୁଁ କେବେ ହେଲେ ମୋ ତରଫରୁ ଉଦ୍ୟମରେ ଅବହେଳା କରିବି ନାହିଁ। ଦ୍ୱିତୀୟତଃ ମୁଁ କହିଥିଲି ଯେ ମୁଁ କେବେ ହେଲେ ମୋ ପାଇଁ କିଛି କରିବି ନାହିଁ। ତୃତୀୟରେ କହିଥିଲି, ମୁଁ ମଣିଷ। ମୁଁ ମଧ୍ୟ ଭୁଲ କରିପାରେ। କିନ୍ତୁ ମୁଁ କେବେ ହେଲେ ଖରାପ ଉଦ୍ଦେଶ୍ୟ ରଖି ଭୁଲ କରିବି ନାହିଁ। ଏସବୁକୁ ମୁଁ ମୋ ଜୀବନର ମନ୍ତ୍ର କରିଛି। ଭୁଲ କରିବା ସ୍ୱାଭାବିକ ଘଟଣା। ସର୍ବୋପରି ମୁଁ ମଣିଷ। ମୁଁ ଭଗବାନ ନୁହେଁ। କିନ୍ତୁ ମୁଁ କେବେ ହେଲେ ଜାଣିଶୁଣି ଭୁଲ କରିବି ନାହିଁ।”

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ