
ଭୁବନେଶ୍ୱର: ଆଜି ସାରା ଦେଶରେ ପବିତ୍ର ଧନତେରାସ୍ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ,ବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ । ମା ଲକ୍ଷ୍ମୀଙ୍କ କୃପାରୁ ଆମ ଚାଷୀ, ଶ୍ରମିକ, ମହିଳା ଓ ଯୁବପୀଢିଙ୍କ ପାଇଁ ସଫଳତାର ନୂତନ ଦ୍ୱାର ଉନ୍ମୁକ୍ତ ହେଉ ।




