
ଦେବଗଡ଼:ତିଲେଇବଣି ବ୍ଲକର ଗୁଣ୍ଡୁରିପୋଷି ଗ୍ରାମର ମୁଥୁରାଗଡ ସାହିରେ ଟ୍ରାନ୍ସଫର୍ମର ପୋଡି ଯୋଗୁଁ ୨୦ ଦିନ ହେଲା ଅନ୍ଧାରରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହା ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ତୁରନ୍ତ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ବରେ ସ୍ଥାନୀୟ ବାସିନ୍ଦା ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଦାବି ପତ୍ର ପ୍ରଦାନବେଳେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।




