ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ସମୟରେ ମେଟ୍ରୋ ପ୍ରକଳ୍ପ ସ୍ଥାପନ ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା ବେଳେ, ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ ମାସ ବିତି ଯାଇଥିଲେ ସୁଦ୍ଧା, ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଛି ବୋଲି ବିଜୁ ଜନତା ଦଳ ଆଭିଯୋଗ କରିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ମେଟ୍ରୋ ପ୍ରକଳ୍ପକୁ କାର୍ୟ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ, ଯାହା ଯୋଗୁଁ ଦୀର୍ଘ ୧୩ ମାସ ହେଲା ଏହା ଅନିଶ୍ଚିତତା ଭିତରେ ଗତି କରୁଛି ।
କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଗୃହ ଓ ସହର ବିକାଶ ମନ୍ତ୍ରୀ ଗୁରୁବାର ଲୋକସଭାରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ସହର ବିକାଶ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ ପ୍ରକଳ୍ପର ନୂତନ ଡିପିଆର ପ୍ରସ୍ତୁତ ହେଲା ପରେ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଯିବ ବୋଲି ବକ୍ତବ୍ୟ ଦେଇଛନ୍ତି ।
ଡ଼ ମହାନ୍ତି କହିଥିଲେ, ବିଜେଡି ସରକାରଙ୍କ ସମୟରେ ଭିତ୍ତିପ୍ରସ୍ଥର ଦିଆଯାଇଥିବା ମେଟ୍ରୋ ପ୍ରକଳ୍ପ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ନିର୍ମାଣ ହେବ ବୋଲି ସ୍ପଷ୍ଟ କୁହାଯାଇଥିଲା, ଯେଉଁ କାରଣରୁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକ ନଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଭିନ୍ନ ଭିନ୍ନ ବକ୍ତବ୍ୟ ରଖୁଛନ୍ତି । ଏହି ପ୍ରକଳ୍ପକୁ ସମ୍ପ୍ରସାରଣ କରାଯିବ ଓ ଏଥିପାଇଁ ନୂଆ ଡିପିଆର ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏହି ପ୍ରକଳ୍ପ ଏଲିଭେଟେଡ଼ ଷ୍ଟ୍ରକ୍ଚରରେ ଅର୍ଥାତ ମାଟି ଉପରେ ନିର୍ମିତ୍ତ ହେବ ବୋଲି ବକ୍ତବ୍ୟ ଦେଇଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏହା ମାଟି ତଳେ ନିର୍ମାଣ ହେବ ବୋଲି ବକ୍ତବ୍ୟ ଦେଇଛନ୍ତି । ସେହିପରି, ଆଜି ସହର ବିକାଶ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ନୂତନ ଡିପିଆର ପ୍ରସ୍ତୁତ ହେବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପ୍ରସ୍ତାବ ଦିଆଯିବ ।
ଡ଼ ମହାନ୍ତି କହିଛନ୍ତି, ଯଦି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ, ତାହେଲେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ । ଉଲ୍ଲେଖଯୋଗ୍ୟ, ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମେଟ୍ରୋ ପ୍ରକଳ୍ପକୁ କାର୍ୟ୍ୟକ୍ଷମ କରିବା ନିତ୍ୟାନ୍ତ ଜରୁରୀ । କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଲୋକସଭାରେ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ଦେଶର ୧୭ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାର ଅର୍ଥ ବିକଶିତ ରାଜ୍ୟ ହେବାକୁ ଉଦ୍ୟମ କରୁଥିବା ରାଜ୍ୟମାନେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଆମ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେଉଛନ୍ତି ।

  • Garvita Odia

    Related Posts

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ଭୁବନେଶ୍ବର : ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ…

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। କହିଲେ ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ। ଏନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ