କି.ମି ପିଛା ସାଧାରଣରେ ୨ ଓ ଡିଲକ୍ସରେ ୪ ପଇସା ବଢିଲା ମୋ ବସ୍ ଭଡା

ଭୁବନେଶ୍ବର: ପେଟ୍ରୋଲ ଡିଜେଲର ସମସ୍ୟାରୁ ମୁକ୍ତି ପାଇଁ ଲୋକେ ମୋ ବସ୍ କୁ ଭରସା କରୁଛନ୍ତି କିନ୍ତୁ ଆଜି ରାଜ୍ୟରେ ବସ୍‌ ଭଡ଼ା ବି ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୨ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍‌ ଭଡ଼ା ୪ରୁ ୬ ପଇସା ବୃଦ୍ଧି ପାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସାଧାରଣ ବସ୍‌ ଭଡ଼ା ପ୍ରତି କି.ମି ପିଛା ୮୮ ପଇସା ଥିବା ବେଳେ ଏବେ ୯୦ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍‌ ଭଡ଼ା ୧୨୭ ପଇସାରୁ ୧୩୧ ପଇସା, ଏସି ଡିଏକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି ପାଇଛି।

  • Related Posts

    ଟ୍ରକ୍ ମାଲିକ ସଂଘର ନିର୍ବାଚନ ବିବାଦ, ଥାନାରେ ଏତଲା

    ଯୋଡା,୧୫/୦୫:ଯୋଡ଼ା ବହୁଚର୍ଚ୍ଚିତ ଟ୍ରକ୍ ମାଲିକ ସଂଘର ନିର୍ବାଚନ ବିବାଦ ଦିନକୁ ଦିନଘନେଇବାରେ ଲାଗିଛି । ବର୍ତ୍ତମାନ ଯୋଡା ଟ୍ରକ୍ ମାଲିକ ସଂଘର ସମୟ ଅବଧି ଶେଷ ହେବାରୁ ପୁନଃ ନିର୍ବାଚନ କରା ଯିବା ପାଇଁ କିଛି ଟ୍ରକ୍ ମାଲିକ ଦାବି କରୁଛନ୍ତି…

    Continue reading
    ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି

    ଦେବଗଡ଼ ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ